ଘରକୁ ଫେରିଲା ଭଗବାନ : ବିଶାଖପାଟଣାରୁ ଉଦ୍ଧାର କରି ଗାଁରେ ଛାଡିଲେ ସିମିଳିଗୁଡାର ଦୁଇ ଯୁବକ
ଜୟପୁର, ୨୩ ମଇ (ହି.ସ.)- କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଚୌପାଡ଼ି ଗ୍ରାମର ରାମ ଘୋଷଙ୍କ ୨୩ ବର୍ଷର ପୁଅ ଭଗବାନ ଘୋଷ ତିନି ମାସ ହେବ ତେଲେଙ୍ଗାନାର ରାଜମ ପେଟ କୁ ଦାଦନ ଯାଇ ନିଖୋଜ ଥିଲା । ଏ ନେଇ ରଜମପେଟ ଥାନାରେ ଭଗବାନଙ୍କ ବାପା ଏତଲା ଦେଇ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରି ନ ପାଇ ଘରକୁ ଫ
ଘରକୁ ଫେରିଲା ଭଗବାନ   ବିଶାଖପାଟଣାରୁ ଉଦ୍ଧାର କରି ଗାଁରେ ଛାଡିଲେ ସିମିଳିଗୁଡାର ଦୁଇ ଯୁବକ


ଜୟପୁର, ୨୩ ମଇ (ହି.ସ.)- କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଚୌପାଡ଼ି ଗ୍ରାମର ରାମ ଘୋଷଙ୍କ ୨୩ ବର୍ଷର ପୁଅ ଭଗବାନ ଘୋଷ ତିନି ମାସ ହେବ ତେଲେଙ୍ଗାନାର ରାଜମ ପେଟ କୁ ଦାଦନ ଯାଇ ନିଖୋଜ ଥିଲା । ଏ ନେଇ ରଜମପେଟ ଥାନାରେ ଭଗବାନଙ୍କ ବାପା ଏତଲା ଦେଇ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରି ନ ପାଇ ଘରକୁ ଫେରିଥିଲେ । ଭଗବାନ ଦାଦନ ଯାଇ ବାହାର ରାଜ୍ୟରେ ନିଖୋଜ ହେବା ବୋରିଗୁମ୍ମା ବ୍ଲକରେ ଚର୍ଚାର ବିଷୟ ହୋଇଥିଲା । କିଭଳି ଆଦିବାସୀ ଯୁବକମାନେ ଗାଁ ରେ କାମ ଧନ୍ଦା ନପାଇ ବାହାର ରାଜ୍ୟକୁ କାମ କରିବାକୁ ଯାଇ ହଇରାଣ ହେଉଛନ୍ତି ତାକୁ ନେଇ ସାଧାରଣରେ ଉଦବେଗ ଦେଖା ଦେଇଥିଲା ଏବଂ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଖବର ମଧ୍ୟ ପ୍ରସାରଣ କରାଯାଇଥିଲା । ଶ୍ରମ ବିଭାଗ ଓ ବ୍ଲକ ପ୍ରଶାସନ ଗ୍ରାମାଞ୍ଚଳରେ ଲୋକ ମାନଙ୍କୁ ରୋଜଗାର ଯୋଗାଇ ନଦେଇ ଦାଦନ ଦିନକୁ ଦିନ ବୃଦ୍ଧିକୁ ଗ୍ରାମବାସୀ ମଧ୍ୟ ଘୋର ନିନ୍ଦା କରିଥିଲେ । ଭାଗ୍ୟ ବଶତଃ ବାପା ପାଖକୁ ପୁଅ ଫେରିଛି । ସିମିଳିଗୁଡା ଅଞ୍ଚଳର କାଂଗ୍ରା ଗ୍ରାମର କୃଷ୍ଣ ନନ୍ଦୀ ବାଲି ଓ କିଶୋର ଖରାଙ୍କ ଦ୍ଵାରା ବିଶାଖାପାଟଣାରୁ ଉଦ୍ଧାର ହୋଇ । ଦୁଇ ଯୁବକଙ୍କ ସହିତ ଗାଆଁ କୁ ଗୁରୁବାର ସନ୍ଧ୍ୟାରେ ଫେରିଛନ୍ତି ଭଗବାନ । ଭଗବାନଙ୍କ ସହିତ ଦୁଇ ଯୁବକ କୃଷ୍ଣ ଓ କିଶୋରଙ୍କୁ ଗ୍ରାମବାସୀଙ୍କ ଦ୍ଵାରା ଫୁଲମାଳ ଦେଇ ସ୍ବାଗତ କରାଯାଇଛି । ଭଗବାନ କିଭଳି ଦୁଇ ଯୁବକଙ୍କୁ ବିଶାଖାପାଟଣାରେ ଦେଖା ଦେଇ ମିଶି ଗାଁ କୁ ଫେରିଛି ତାହା ବଖାଣିଛନ୍ତି କୃଷ୍ଣ ଓ କିଶୋର । ଦୁଇ ଯୁବକଙ୍କ ସହାୟତାକୁ କେବେ ଭୁଲି ହେବନି କହିବା ସହିତ ଧନ୍ୟବାଦ୍ ଜଣାଇଛନ୍ତି ଭଗବାନଙ୍କ ବାପା ରାମ ଘୋଷ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande