
ଗଞାମ, ୨୩ ମଇ (ହି.ସ.)- ଗତକାଲି ସନ୍ଧ୍ୟାରେ ମହାନଳା ଗାଁ ରେ ଦଳେ କୁକୁରଙ୍କ କାମୁଡ଼ାରେ ଜଣେ ସାତ ବର୍ଷର ବାଳକ ଗୁରୁତର କ୍ଷତାକ୍ତ ହୋଇପଡିଛି । କୁକୁର କାମୁଡ଼ାରେ ବାଳକର ବିଭିନ୍ନ ଅଂଶରେ କ୍ଷତ ସୃଷ୍ଟି ହେବା ସହ ତା' ମୁଣ୍ଡର ଖପୁରୀର ମଧ୍ୟ କିଛି ଅଂଶ କାମୁଡ଼ାରେ ବାହାରି ପଡିଛି। ଆହତ ବାଳକ ଦିଗପହଣ୍ଡି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ