ଦେଓଗାଁ ଠାରେ ବ୍ଲକ ସ୍ତରୀୟ କେମ୍ପ କୋର୍ଟ
ବଲାଙ୍ଗିର, ୨୩ ମଇ (ହି.ସ.)- ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଦେଓଗାଁ ବ୍ଲକ ର ସମ୍ମିଳନୀ କକ୍ଷ ଠାରେ ବ୍ଲକ ସ୍ତରୀୟ କେମ୍ପ କୋର୍ଟ ୨୦୨୬ ଅନୁଷ୍ଠିତ ହୋଇଯାଇଛି।୨୦୨୫ ରେ ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗୀର ଦ୍ୱାରା ଓରଫାନ୍ ସର୍ଭେ ଅନୁସାରେ ପିତୃ- ମାତୃ ହିନ ଶିଶୁ ମାନଙ୍କୁ ଶିଶୁ ମଙ୍ଗଳ ସମିତି
ଦେଓଗାଁ ଠାରେ ବ୍ଲକ ସ୍ତରୀୟ କେମ୍ପ କୋର୍ଟ ।


ବଲାଙ୍ଗିର, ୨୩ ମଇ (ହି.ସ.)- ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଦେଓଗାଁ ବ୍ଲକ ର ସମ୍ମିଳନୀ କକ୍ଷ ଠାରେ ବ୍ଲକ ସ୍ତରୀୟ କେମ୍ପ କୋର୍ଟ ୨୦୨୬ ଅନୁଷ୍ଠିତ ହୋଇଯାଇଛି।୨୦୨୫ ରେ ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗୀର ଦ୍ୱାରା ଓରଫାନ୍ ସର୍ଭେ ଅନୁସାରେ ପିତୃ- ମାତୃ ହିନ ଶିଶୁ ମାନଙ୍କୁ ଶିଶୁ ମଙ୍ଗଳ ସମିତିରେ ହାଜର କରି ଉପସ୍ଥାପନା କରାଗଲା। ଏହି ଅବସରରେ ଦେଓଗାଁ ବ୍ଲକ୍ ର ସି ଡି ପି ଓ କାର୍ଯ୍ୟାଳୟର ସୁପରଭାଇଜର ସୁଷମା ସାହୁ, ଅନିତା ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚିହ୍ନଟ ହୋଇଥିବା ଶିଶୁ ମାନଙ୍କର ଅଭିଭାବକ, ଅଭିଭାବିକା ମାନଙ୍କୁ ଏହି ପିତୃ ମାତୃ ହିନ ଶିଶୁଙ୍କ କର୍ମଶାଳାକୁ ଉପସ୍ଥାପନା କରାଯାଇଥିଲା।

ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଚାଇଲ୍ଡ ହେଲପ୍ ଲାଇନ୍ ର ଡଲି ବେହେରା, ବସନ୍ତ ହରପାଲ ଉପସ୍ଥିତ ରହି କିଶୋର ନ୍ୟାୟ ଆଇନ୍ ଅଧିନସ୍ତ ୧୭,୨୦ ଫର୍ମ ଗୁଡ଼ିକବ ପୂରଣ କରିଥିଲେ ଓ ଅନଲାଇନ ଜରିଆରେ ଶିଶୁ ମଙ୍ଗଳ ସମିତି ରେ ହାଜର କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆଇ ସି ଡି ଏସ ର ସୁପଭାଇଜର୍,ଅଙ୍ଗନୱାଡି କର୍ମୀମାନେ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୧୧ ଜଣ ଅନାଥ ଶିଶୁ ଉପସ୍ଥିତ ରହି ନିଜର ସମସ୍ତ ପ୍ରମାଣ ପତ୍ର ଯାଞ୍ଚ କରାଇଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ, ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟ ଓ ଶିଶୁ ମଙ୍ଗଳ ସମିତି ଆବଶ୍ୟକୀୟ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ଥିବା ବିଭିନ୍ନ ଯୋଜନା ଗୁଡିକ ସଂଯୋଗ କରାଯିବ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande