କୃଷ୍ଣ ଲୀଳା ସଂସ୍କୃତିର ମହାନ ପ୍ରତିଷ୍ଠାତା ଶତାୟୁ ପୁରୁଷ ମିତ୍ରଭାନୁ ବାରିକଙ୍କ ପରଲୋକ
ଚମ୍ପୁଆ, ୨୩ ମେ (ହି.ସ.) - ଚମ୍ପୁଆ ଉପଖଣ୍ଡସ୍ଥ ଯୋଡ଼ା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ବରିଷ୍ଠ ଯାଦବ ତଥା କୃଷ୍ଣ ଲୀଳା ସଂସ୍କୃତିର ମହାନ ପ୍ରତିଷ୍ଠାତା ଶତାୟୁ ପୁରୁଷ ମିତ୍ରଭାନୁ ବାରିକ ୧୦୩ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଆଜି ସକାଳ ସମୟରେ ଦେହ ତ୍ୟାଗ କରି ପରଲୋକକୁ ଚାଲ
କୃଷ୍ଣ ଲୀଳା ସଂସ୍କୃତିର ମହାନ ପ୍ରତିଷ୍ଠାତା ଶତାୟୁ ପୁରୁଷ ମିତ୍ରଭାନୁ ବାରିକଙ୍କ ପରଲୋକ


ଚମ୍ପୁଆ, ୨୩ ମେ (ହି.ସ.) - ଚମ୍ପୁଆ ଉପଖଣ୍ଡସ୍ଥ ଯୋଡ଼ା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ବରିଷ୍ଠ ଯାଦବ ତଥା କୃଷ୍ଣ ଲୀଳା ସଂସ୍କୃତିର ମହାନ ପ୍ରତିଷ୍ଠାତା ଶତାୟୁ ପୁରୁଷ ମିତ୍ରଭାନୁ ବାରିକ ୧୦୩ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଆଜି ସକାଳ ସମୟରେ ଦେହ ତ୍ୟାଗ କରି ପରଲୋକକୁ ଚାଲି ଯାଇଛନ୍ତି । ସେହି ମହାନ ପୁରୁଷଙ୍କୁ ୩ ନଭେମ୍ବର ୨୦୨୪ରେ ରାମଚନ୍ଦ୍ରପୁରରେ ଅନୁଷ୍ଠିତ ଗୋଷ୍ଠାଷ୍ଟମୀ ମହୋତ୍ସବରେ ଶତାୟୁ ପୁରୁଷ ରୂପେ ଜିଲ୍ଲା ଯାଦବ ମହାସଭା ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କର ବିୟୋଗରେ ପରିବାରବର୍ଗଙ୍କ ସମେତ ରାମଚନ୍ଦ୍ରପୁର ଗ୍ରାମର ଆବାଳ ବୃଦ୍ଧ ବନିତା ବିଶେଷ ମର୍ମାହତ ହୋଇ ଯାଇଛନ୍ତି। ଏହାଦ୍ୱାରା କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ତଥା ଯୋଡା ବ୍ଲକ ଯାଦବ ସମିତିର ଏକ ଅପୂରଣୀୟ କ୍ଷତି ଘଟିଛି। ଏହି ମର୍ମନ୍ତୁଦ ଅବସ୍ଥାରେ ତାଙ୍କର ଶୋକାକୁଳ ପରିବାର ବର୍ଗକୁ ସାନ୍ତ୍ୱନା ତଥା ସମବେଦନା ଜଣାଇବା ସହିତ ଅମର ଆତ୍ମାର ଶାନ୍ତି ଓ ସଦଗତି ପାଇଁ କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ତରଫରୁ ଯଦୁପତି ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande