ଇବ ଥର୍ମାଲର ୟୁନିଟ୍-୧ର ବୃହତ୍ ନବୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ, ୨୦୪୧ ପର୍ଯ୍ୟନ୍ତ ବୃଦ୍ଧି ପାଇଲା ପିପିଏ ଚୁକ୍ତି
ଝାରସୁଗୁଡା, ୨୩ ମଇ (ହି.ସ.)- ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ୍ (ଓପିଜିସି) ପକ୍ଷରୁ ଇବ ଥର୍ମାଲ ପାୱାର ଷ୍ଟେସନର ଷ୍ଟେଜ୍-୧ ଅଧୀନ ୟୁନିଟ୍-୧ର ବୃହତ୍ ରିନୋଭେସନ ଓ ମଡର୍ନାଇଜେସନ୍ (ଆର୍ ଏଣ୍ଡ ଏମ୍) କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି। କମ୍ପାନୀ ସୂତ୍ରରୁ ପ୍ରକାଶ, ବ୍ୟାପକ ନବ
ଇବ ଥର୍ମାଲର ୟୁନିଟ୍-୧ର ବୃହତ୍ ନବୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ, ୨୦୪୧ ପର୍ଯ୍ୟନ୍ତ ବୃଦ୍ଧି ପାଇଲା ପିପିଏ ଚୁକ୍ତି


ଝାରସୁଗୁଡା, ୨୩ ମଇ (ହି.ସ.)- ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ୍ (ଓପିଜିସି) ପକ୍ଷରୁ ଇବ ଥର୍ମାଲ ପାୱାର ଷ୍ଟେସନର ଷ୍ଟେଜ୍-୧ ଅଧୀନ ୟୁନିଟ୍-୧ର ବୃହତ୍ ରିନୋଭେସନ ଓ ମଡର୍ନାଇଜେସନ୍ (ଆର୍ ଏଣ୍ଡ ଏମ୍) କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି।

କମ୍ପାନୀ ସୂତ୍ରରୁ ପ୍ରକାଶ, ବ୍ୟାପକ ନବୀକରଣ କାର୍ଯ୍ୟ ପରେ ୨୦୨୬ ମଇ ୧ ତାରିଖରେ ୨୧୦ ମେଗାୱାଟ୍ କ୍ଷମତାସମ୍ପନ୍ନ ୟୁନିଟ୍-୧ ସଫଳତାର ସହ ପାୱାର ଗ୍ରିଡ୍ ସହ ସିଙ୍କ୍ରୋନାଇଜ୍ କରାଯାଇଥିଲା। ବର୍ତ୍ତମାନ ଏହି ୟୁନିଟ୍ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରୁଥିବା ସହ ଏହାର କାର୍ଯ୍ୟଦକ୍ଷତାରେ ଲକ୍ଷଣୀୟ ସୁଧାର ଆସିଛି। ଏହା ପୂର୍ବରୁ ୨୦୨୫ ମାର୍ଚ୍ଚ ମାସରେ ୟୁନିଟ୍-୨ର ଆର୍ ଏଣ୍ଡ ଏମ୍ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଥିଲା।

ଷ୍ଟେଜ୍-୧ ପ୍ଲାଣ୍ଟରେ ୧୯୯୪ ଓ ୧୯୯୬ ମସିହାରେ କମିଶନ୍ ହୋଇଥିବା ଦୁଇଟି ୨୧୦ ମେଗାୱାଟ୍ ୟୁନିଟ୍ ରହିଛି। ତିନି ଦଶକରୁ ଅଧିକ ସମୟ ଧରି ଅବିରତ ସେବା ପରେ ଏହି ୟୁନିଟ୍ ଗୁଡ଼ିକର କାର୍ଯ୍ୟକୁଶଳତା, ନିର୍ଭରଯୋଗ୍ୟତା ଓ ଦୀର୍ଘମିଆଦି ସ୍ଥାୟୀତ୍ୱ ବୃଦ୍ଧି ପାଇଁ ଆବଶ୍ୟକ ଇଞ୍ଜିନିୟରିଂ ହସ୍ତକ୍ଷେପ କରାଯାଇଥିଲା। ଓଡ଼ିଶା ବିଦ୍ୟୁତ୍ ନିୟନ୍ତ୍ରଣ ଆୟୋଗ (ଓଇଆରସି) ଏବଂ ବିଦ୍ୟୁତ୍ କ୍ରେତାଙ୍କ ଅନୁମୋଦନ ପରେ ଏହି ଆଧୁନିକୀକରଣ କାର୍ଯ୍ୟ କରାଯାଇଥିଲା। ଏହାର ଅଧୀନରେ ହାଇ ପ୍ରେସର ଓ ଇଣ୍ଟରମିଡିଏଟ୍ ପ୍ରେସର ଟର୍ବାଇନ୍ ମଡ୍ୟୁଲ୍ ପରିବର୍ତ୍ତନ, ଲୋ ପ୍ରେସର ଟର୍ବାଇନ୍ ବ୍ଲେଡ୍ ପରିବର୍ତ୍ତନ, ଏୟାର ପ୍ରି-ହିଟର ପୁନସ୍ଥାପନ, ବଏଲରର ବ୍ୟାପକ ମରାମତି, ଇଲେକ୍ଟ୍ରିକାଲ୍ ଓ କଣ୍ଟ୍ରୋଲ୍ ସିଷ୍ଟମ ଅପଗ୍ରେଡ୍ ସହ ଇଲେକ୍ଟ୍ରୋଷ୍ଟାଟିକ୍ ପ୍ରିସିପିଟେଟର ଓ ଫ୍ଲୁ ଗ୍ୟାସ୍ ଡକ୍ଟର ମୁଖ୍ୟ ହାର୍ଡୱେର୍ ପରିବର୍ତ୍ତନ କରାଯାଇଛି। ଏହା ସହ ଷ୍ଟେଜ୍-୧ ୟୁନିଟ୍ ଗୁଡ଼ିକ ପାଇଁ ପାୱାର ପର୍ଚେଜ୍ ଏଗ୍ରିମେଣ୍ଟ (ପିପିଏ)କୁ ଆଉ ୧୫ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଚୁକ୍ତି ୨୦୨୬ ଜୁନ୍ ୩୦ ରେ ସମାପ୍ତ ହେବାକୁ ଥିବାବେଳେ ବର୍ତ୍ତମାନ ଏହା ୨୦୪୧ ଜୁନ୍ ୩୦ ପର୍ଯ୍ୟନ୍ତ ବୈଧ ରହିବ। ଏହି ସମୟ ବୃଦ୍ଧି ଦ୍ୱାରା ରାଜ୍ୟରେ ଦୀର୍ଘମିଆଦି ଗ୍ରିଡ୍ ସ୍ଥିରତା ଓ ନିରବିଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ଓପିଜିସିର ସମୁଦାୟ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ୧,୭୪୦ ମେଗାୱାଟ୍ ରହିଥିବାବେଳେ ସଂସ୍ଥା ରାଜ୍ୟର ପ୍ରାୟ ଏକ-ତୃତୀୟାଂଶ ବିଦ୍ୟୁତ୍ ଚାହିଦା ପୂରଣ କରୁଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande