ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ନେଇ ବିଧାୟକଙ୍କ ପରିଦର୍ଶନ ସହ ସମୀକ୍ଷା ବୈଠକ
ଜୟପୁର, 23 ମେ (ହି.ସ.) ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ରେ ବିଧାୟକ ତାରା ପ୍ରସାଦ ବାହିନିପତି ପରିଦର୍ଶନ ସହ ସମିକ୍ଷା କରିଛନ୍ତି ।ଡିଏଚଏଚର ସ୍ୱାସ୍ଥ୍ୟସେବା, ଆଇସିୟୁ ପ୍ରତିଷ୍ଠା, ବିଦ୍ୟୁତ୍ ବ୍ୟବସ୍ଥା, ଅକ୍ସିଜେନ ଉତ୍ପାଦନ କେନ୍ଦ୍ରର କାର୍ଯ୍ୟକ୍ଷମତା, ପରିଚ୍ଛନ୍ନତା ଓ ପାନୀୟଜଳ ଅସୁବିଧା
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ନେଇ ବିଧାୟକଙ୍କ ପରିଦର୍ଶନ ସହ ସମୀକ୍ଷା ବୈଠକ


ଜୟପୁର, 23 ମେ (ହି.ସ.) ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ରେ ବିଧାୟକ ତାରା ପ୍ରସାଦ ବାହିନିପତି ପରିଦର୍ଶନ ସହ ସମିକ୍ଷା କରିଛନ୍ତି ।ଡିଏଚଏଚର ସ୍ୱାସ୍ଥ୍ୟସେବା, ଆଇସିୟୁ ପ୍ରତିଷ୍ଠା, ବିଦ୍ୟୁତ୍ ବ୍ୟବସ୍ଥା, ଅକ୍ସିଜେନ ଉତ୍ପାଦନ କେନ୍ଦ୍ରର କାର୍ଯ୍ୟକ୍ଷମତା, ପରିଚ୍ଛନ୍ନତା ଓ ପାନୀୟଜଳ ଅସୁବିଧା ଭଳି ବିଭିନ୍ନ ସମସ୍ୟା ନେଇ ବିଧାୟକଙ୍କ ଅଧ୍ୟକ୍ଷତାରେ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପୂର୍ବରୁ ବିଧାୟକ ଚିକିତ୍ସାଳୟର ବିଭିନ୍ନ ୱାର୍ଡ, ଆପାତକାଳୀନ ବିଭାଗ, ପରୀକ୍ଷାଗାର ଓ ଔଷଧ ବଣ୍ଟନ କେନ୍ଦ୍ର ପରିଦର୍ଶନ କରି ରୋଗୀ ସେବାର ସ୍ଥିତି ଅନୁଧ୍ୟାନ କରିଥିଲେ।

ପରିଦର୍ଶନ ସମୟରେ ଡାକ୍ତରଙ୍କ ଅଭାବ, ଅପରେସନ୍ ଥିଏଟର୍ ସହାୟକ ଓ ଫାର୍ମାସିଷ୍ଟ ପଦ ଖାଲି ଥିବା ସହ ସମ୍ପୂର୍ଣ୍ଣ ଚିକିତ୍ସାଳୟରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥାର ଅଭାବ, ତିନି ଫେଜ୍ ବିଦ୍ୟୁତ୍ ଯୋଗାଣ ନଥିବାରୁ ଲିଫ୍ଟ୍ ଅଚଳ ରହିବା, ସିଟି ସ୍କାନ୍ ଓ ଅଲଟ୍ରାସାଉଣ୍ଡ ସେବାରେ ଅନିୟମିତତା ଓ ନୂତନ ଭବନକୁ ଚିକିତ୍ସାଳୟ ସମ୍ପୂର୍ଣ୍ଣ ସ୍ଥାନାନ୍ତରଣ ନ ହେବା ଭଳି ସମସ୍ୟା ଦେଖି ବିଧାୟକ ଗଭୀର ଉଦବେଗ୍ ପ୍ରକାଶ କରିଥିଲେ।

କିଛି ୱାର୍ଡରେ ସଫାସୁତୁରାର ଅଭାବ, ଶୌଚାଳୟର ଦୟନୀୟ ଅବସ୍ଥା ଓ ରୋଗୀଙ୍କ ପାଇଁ ଆକ୍ୱାଗାର୍ଡରେ ପାନୀୟ ଜଳ ଅସୁବିଧାର ଅନିୟମିତତା ନେଇ ମଧ୍ୟ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିସହ ଚିକିତ୍ସାଳୟର ସୁରକ୍ଷା କର୍ମୀ ଓ ଝାଡୁଦାରମାନଙ୍କ ପାଇଁ ଇପିଏଫ୍ ଓ ଇଏସଆଇ ସୁବିଧା ସୁନିଶ୍ଚିତ କରିବାକୁ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ବିଧାୟକ ବାହିନୀପତି ନିର୍ଦ୍ଦେଶ ଦେଇଥିଲେ।

ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା, ଡାକ୍ତର ଓ କର୍ମଚାରୀଙ୍କ ଉପସ୍ଥିତି ସୁନିଶ୍ଚିତ କରିବା, ଆବଶ୍ୟକ ସାମଗ୍ରୀ ଯୋଗାଇବା, ରୋଗୀଙ୍କୁ ସମୟୋପଯୋଗୀ ଚିକିତ୍ସା ଓ ଔଷଧ ସେବା ଯୋଗାଇଦେବା ଓ ପରିଚ୍ଛନ୍ନତା ଉପରେ ଜୋର୍ ଦେବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅକ୍ଷୟ କୁମାର . ରଥଙ୍କ ସହ ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟ ଅଧିକାରୀ ଓ ଚିକିତ୍ସାଳୟର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ସମସ୍ତ ଓାର୍ଡ ବୁଲି ଥିଲେ । ବ୍ଲଡ ସାମ୍ପୁଲ ପରୀକ୍ଷା କେନ୍ଦ୍ରରେ ଅଧୁନିକ ମେସିନ ଅଣାଯାଇଛି ।ା ଯାହାକି ୧୫ ମିନଟ ରେ ରିପୋର୍ଟ ମେଳିବ । ଏହା ଦ୍ୱାରା ରୋଗି ମାନେ ଲାଭ ପାଇପାରିବେ । କେବଳ ଗର୍ଭବତି ମହିଳା ମାନଙ୍କପର ୍ଅଲଟ୍ରା ସାଉଣ୍ଡ ହେଉଛି । ୨ଟି ମେସିନ ଅଛି । ଡାକ୍ତର ମାନେ ତାଲିମ ନେବାକୁ ଯାଉଛି । ଆସନ୍ତା ମାସ ପ୍ରଥମ ସପ୍ତାହ ଭିତରେ ପୁରୁଷ ମାନଙ୍କ ଆଲଟ୍ରା ସାଉଣ୍ଡ ହୋଇପାରିବ । ଅକ୍ସିଜେନ ପ୍ଲାଟ ୪ଟିରୁ ୩ଟି ଖରାପ ହୋଇଛି । ଯାହକି ତୁରନ୍ତ ମରମତି ହେବ । ରୋଗି ଙ୍କ ସହ ବ୍ୟବହାର ଠିକ ରଖିବାକୁ ବିଧାୟକ ତାଗିତ କରିଛନ୍ତି । ଆଉଟ ର୍ରେସିଙ୍ଗ କର୍ମଚାରିଙ୍କ ଇପିଏଫ, ଇଏସାଇ କଟାଯାଉଛି କି ନାହୁଁ । ଦରମା ଠିକ ସେ ମେଳୁ କି ନାହୁଏ ସେ ନେଇ ଏକ କମିଟି ଗଠନ କରାଯାଇଛି । ରିପୋର୍ଟ ଦେବା ପରେ ପଦକ୍ଷେପ ନିଆଯିବ । ଅର୍ଥପେଡିକ କିଛି ମେସିନ କିଣାଯିବ । ଆକୁଆ ପାଣିର ବ୍ୟବସ୍ଥା କରାଯିବ । ସେଣ୍ଟାଲ ଏସି କାମ କରୁ ନାହିଁ । ତାହା କାଯ୍ୟକ୍ଷମ ହେବ । ୭ ଦିନ ଭିତରେ ନୁତନ ଏସି ଲଗାଯିବ । ଡେପୁଟେସନରେ ୭ ଜଣ ଯାଇଥିବା ଡାକ୍ତର ମନଙ୍କୁ ଫେରାଇ ଅଣାଯିବ ବୋଲି ବିଧାୟର ସୁତନା ଦେଇଛନ୍ତି ।ବିଧାୟକ ଆଗାମୀ ୧୫ ଦିନ ମଧ୍ୟରେ ଚିକିତ୍ସାଳୟର ସମସ୍ତ ବ୍ୟବସ୍ଥାରେ ସୁଧାର ଆଣି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିବା ସହ ସମନ୍ୱୟର ସହ କାର୍ଯ୍ୟ କରିବାକୁ ଆହ୍ୱାନ କରିଛନ୍ତି।ରୋଗୀଙ୍କୁ ଉତ୍ତମ ସେବା ଓ ସୁବିଧା ଯୋଗାଇଦେବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande