ବୁଚାମୁଣ୍ଡା ଗ୍ରାମର ମୌଳିକ ସମସ୍ୟା ସମାଧାନ ପାଇଁ ବିଧାୟକଙ୍କୁ ଦାବିପତ୍ର
ଝାରସୁଗୁଡ଼ା, ୨୩ ମଇ (ହି.ସ.)- ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଶନିବାର କୋଲାବିରା ବ୍ଲକର ପରମାଣପୁର ପଞ୍ଚାୟତ ଅନ୍ତର୍ଗତ ବୁଚାମୁଣ୍ଡା ଗ୍ରାମ ଗସ୍ତ କରିଥିଲେ। ଏହି ଅବସରରେ ଗ୍ରାମର ବିଭିନ୍ନ ସାମୁହିକ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବିଧାୟକଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କ
ବୁଚାମୁଣ୍ଡା ଗ୍ରାମର ମୌଳିକ ସମସ୍ୟା ସମାଧାନ ପାଇଁ ବିଧାୟକଙ୍କୁ ଦାବିପତ୍ର


ଝାରସୁଗୁଡ଼ା, ୨୩ ମଇ (ହି.ସ.)- ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଶନିବାର କୋଲାବିରା ବ୍ଲକର ପରମାଣପୁର ପଞ୍ଚାୟତ ଅନ୍ତର୍ଗତ ବୁଚାମୁଣ୍ଡା ଗ୍ରାମ ଗସ୍ତ କରିଥିଲେ। ଏହି ଅବସରରେ ଗ୍ରାମର ବିଭିନ୍ନ ସାମୁହିକ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବିଧାୟକଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା।

ଗ୍ରାମର ବେହେରାପଡ଼ା ବନ୍ଧରେ ଦୁଇଟି ଗାଧୁଆ ଘାଟ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଥିଲେ। ସେହିପରି ଗ୍ରାମଟି ଜଙ୍ଗଲ ଅଞ୍ଚଳ ସମୀପରେ ଥିବାରୁ ବଣୁଆ ହାତୀ ଭୟ ସଦା ଲାଗି ରହୁଥିବା କଥା ଉଲ୍ଲେଖ କରି ପ୍ରତ୍ୟେକ ବିଦ୍ୟୁତ୍ ଖୁମ୍ବରେ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା କରିବାକୁ ଦାବି ଜଣାଇଥିଲେ। ଏହା ସହିତ ଗ୍ରାମ ଭିତରୁ କାଲିବାହାଲ ରାସ୍ତାର ନିର୍ମାଣ କରାଯାଇପାରିଲେ ଯାତାୟାତ ସୁବିଧା ସୁଦୃଢ଼ ହେବ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଥିଲେ। ଗ୍ରାମର ଭାଗବତ ଟୁଙ୍ଗୀ ନିକଟରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ମଧ୍ୟ ଦାବି ଉଠିଥିଲା। ଗ୍ରାମବାସୀଙ୍କ ସମସ୍ତ ଦାବି ପ୍ରତି ସକାରାତ୍ମକ ଭାବେ ବିଚାର କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଧାୟକ ଶ୍ରୀ ତ୍ରିପାଠୀ ପ୍ରତିଶ୍ରୁତି ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande