ଘରେ ଘରେ ବିଜ୍ଞାନ
ଜୟପୁର, ୨୩ ମଇ (ହି.ସ.)- ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ ଏବଂ ପିଲାଙ୍କ ମନରେ ବିଜ୍ଞାନ ପ୍ରତି ଆଗ୍ରହ ବୃଦ୍ଧି କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଗୌରୀ ଶଙ୍କର ସାମନ୍ତରାୟ। ଗ୍ରୀଷ୍ମ ଅବକାଶରେ ବିଭିନ୍ନ ଗ୍ରାମକୁ ଯାଇ ବିଜ୍ଞାନ ଦ୍ୱାରା ଅନ୍ଧ ବିଶ୍ୱ
ଘରେ ଘରେ ବିଜ୍ଞାନ


ଜୟପୁର, ୨୩ ମଇ (ହି.ସ.)- ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ ଏବଂ ପିଲାଙ୍କ ମନରେ ବିଜ୍ଞାନ ପ୍ରତି ଆଗ୍ରହ ବୃଦ୍ଧି କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଗୌରୀ ଶଙ୍କର ସାମନ୍ତରାୟ। ଗ୍ରୀଷ୍ମ ଅବକାଶରେ ବିଭିନ୍ନ ଗ୍ରାମକୁ ଯାଇ ବିଜ୍ଞାନ ଦ୍ୱାରା ଅନ୍ଧ ବିଶ୍ୱାସର ଦୂରୀକରଣ କିପରି କରାଯାଇ ପାରିବ ତାହାର ବିଭିନ୍ନ ବିଜ୍ଞାନ ପରୀକ୍ଷା ଯଥା ନଡ଼ିଆକୁ ଭାଙ୍ଗି ରକ୍ତ ବାହାର କରିବା, ସ୍ଵତଃ ପ୍ରବୃତ୍ତ ଭାବରେ ଅଗ୍ନି କୁଣ୍ଡରୁ ନିଆଁ ଜଳାଇବା, ଲେମ୍ବୁକୁ କାଟି ରକ୍ତ ବାହାର କରିବା, ପାଣି ଦ୍ୱାରା ନିଆଁ ଲଗାଇବା ଇତ୍ୟାଦି କେତେକ କୌତୁହଳ ପୂର୍ଣ୍ଣ ବିଜ୍ଞାନ ପରୀକ୍ଷା କରି ଗ୍ରାମବାସୀ ଓ ଛାତ୍ରଛାତ୍ରୀ ମାନଙ୍କୁ ମନ ମୁଗ୍ଧ କରିବା ସହ ସଚେତନ କରାଉଛନ୍ତି। ଏବଂ ଗ୍ରୀଷ୍ମ ଅବକାଶରେ ଛାତ୍ରଛାତ୍ରୀମାନଙ୍କର ପରିବାରକୁ ବ୍ୟକ୍ତିଗତ ଭାବେ ସାକ୍ଷତ କରି ଆନନ୍ଦଦାୟକ ପାଠ୍ୟକ୍ରମ ପ୍ରସ୍ତୁତ କରି ପେପର କ୍ଯୁର କୋଡେ ଦ୍ୱାରା ମୂଲ୍ୟାଙ୍କନ କରିବା ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କର ବିକାଶ ପକ୍ରିୟା ସାଙ୍ଗେ ସାଙ୍ଗେ ଜଣାପଡ଼ି ଯାଉଥିବାରୁ ଏହା ଅତ୍ଯନ୍ତ ଲାଭଦାୟକ ହୋଇଥିବା ଅଭିଭାବକ ମାନେ ପ୍ରକାଶ କରିଛନ୍ତି । ଗୌରୀଶଙ୍କର ସାମନ୍ତରାୟଙ୍କ ଏହି ପ୍ରୟାସ ଦ୍ୱାରା ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନଙ୍କର ଶିକ୍ଷାର ମହତ୍ଵ ବୁଝିବାରେ ସଫଳ ହୋଇପାରିଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande