ସ୍ୱାସ୍ଥ୍ୟ ସଚେତନତା ପୁସ୍ତିକା ମମତା ଦିବସ ବିଷୟରେ କିଛି ଜାଣିବା କଥାର ଶୁଭ ଉନ୍ମୋଚନ
କେନ୍ଦ୍ରାପଡ଼ା, ୨୩ ମଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ଓ ଯୁଗ୍ମ ବୈଠକରେ ସ୍ୱାସ୍ଥ୍ୟ ସଚେତନତା ଭିତିକ ପୁସ୍ତିକା “ମମତା ଦିବସ ବିଷୟରେ କିଛି ଜାଣିବା କଥା”ର ଶୁଭ ଉନ୍ମୋଚନ କରାଯାଇଛି। ଏହି ପୁସ୍ତିକାକୁ ଜିଲ୍ଲାପାଳ ରଘୁରାମ ଆର
--------------ସ୍ୱାସ୍ଥ୍ୟ ସଚେତନତା ପୁସ୍ତିକା “ମମତା ଦିବସ ବିଷୟରେ କିଛି ଜାଣିବା କଥା”ର ଶୁଭ ଉନ୍ମୋଚନ..


କେନ୍ଦ୍ରାପଡ଼ା, ୨୩ ମଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ଓ ଯୁଗ୍ମ ବୈଠକରେ ସ୍ୱାସ୍ଥ୍ୟ ସଚେତନତା ଭିତିକ ପୁସ୍ତିକା “ମମତା ଦିବସ ବିଷୟରେ କିଛି ଜାଣିବା କଥା”ର ଶୁଭ ଉନ୍ମୋଚନ କରାଯାଇଛି। ଏହି ପୁସ୍ତିକାକୁ ଜିଲ୍ଲାପାଳ ରଘୁରାମ ଆର୍. ଆୟର ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ। ଏହି ପୁସ୍ତିକାର ରଚୟିତା କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଡେପୁଟି ମ୍ୟାନେଜର(ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ) ଡ଼. ସୁକାନ୍ତ କୁମାର ପ୍ରଧାନ ହୋଇଥିବାବେଳେ, ଏହାର ପ୍ରକାଶକ ହେଲେ ମହାକାଳପଡ଼ା ଓ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସକ ଡ଼. ନିରଞ୍ଜନ କର।ଏହି ପୁସ୍ତିକାଟି ଗୋଷ୍ଠୀ ସ୍ତରରେ କାର୍ୟ୍ୟରତ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ଆଶା କର୍ମୀ ଓ ଅଙ୍ଗନୱାଡ଼ି କର୍ମୀମାନଙ୍କ ପାଇଁ ଗୁଣାତ୍ମକ ମମତା ଦିବସ ପରିଚାଳନା ସହ ଫଳପ୍ରଦ ପରାମର୍ଶ ସେବା ପ୍ରଦାନରେ ସହାୟକ ହେବ ଏବଂ ଏହା ସ୍ୱାସ୍ଥ୍ୟ ସେବାର କ୍ଷେତ୍ରସ୍ତରୀୟ କାର୍ୟ୍ୟକୁ ଆହୁରି ସୁଦୃଢ଼ କରିବ ବୋଲି ଡ଼. ମନୋରଞ୍ଜନ ରାଉତ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ(ଇନ୍-ଚାର୍ଜ) ଡ଼. ସଚ୍ଚିଦାନନ୍ଦ ମିଶ୍ର, ଏଡିଏମଓ(ମେଡିକାଲ) ତଥା ଓମ୍ସାର ରାଜ୍ୟ ସଭାପତି ଡ଼. କିଶୋର ଚନ୍ଦ୍ର ମିଶ୍ର, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ଗୌରାଙ୍ଗ ଚରଣ ଗିରି, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ଶ୍ୟାମ ସୁନ୍ଦର ଟୁଡୁ, ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ନାୟକ, ଫାଇନାନ୍ସିଆଲ୍ ଅଧିକାରୀ ଶ୍ରୀ ଆଶୁତୋଷ ତ୍ରିପାଠୀ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଡ଼. ମନୋରଞ୍ଜନ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁଷମା ମହାନ୍ତି, ଜିଲ୍ଲା ଡାଟା ମ୍ୟାନେଜର ଜ୍ୟୋତିରଞ୍ଜନ ପରିଡ଼ାଙ୍କ ସହ ସମସ୍ତ ମେଡିକାଲ ଅଫିସର-ଇନ୍-ଚାର୍ଜ, ସିଡିପିଓ, ବ୍ଲକ ଶିକ୍ଷା ଅଧିକାରୀ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ଓ ବ୍ଲକ ସ୍ତରୀୟ କର୍ମକର୍ତାମାନେ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande