ସିଟି ଷ୍ଟେସନରେ ଇଂଟରସିଟି ରହଣି ପାଇଁ ପ୍ରୋଗ୍ରେସିଭ ସମ୍ବଲପୁର ପକ୍ଷରୁ ଦାବି
ସିଟି ଷ୍ଟେସନରେ ଇଣ୍ଟରସିଟି ରହଣି ପାଇଁ ପ୍ରୋଗ୍ରେସିଭ ସମ୍ବଲପୁର ପକ୍ଷରୁ ଦାବି
ସିଟି ଷ୍ଟେସନରେ ଇଣ୍ଟରସିଟି ରହଣି ପାଇଁ ପ୍ରୋଗ୍ରେସିଭ ସମ୍ବଲପୁର ପକ୍ଷରୁ ଦାବୀ


ସମ୍ବଲପୁର,୨୩, ମେ (ହି.ସ.) - ପ୍ରୋଗ୍ରେସିଭ ସମ୍ବଲପୁରର ଏକ ପ୍ରତିନିଧି ଦଳ ଆବାହକ ସଞ୍ଜିତ ମହାନ୍ତିଙ୍କ ନେତୃତ୍ୱରେ ବିଭିନ୍ନ ସଂଗଠନର ପ୍ରତିନିଧି ଦଳ ଆଜି ସମ୍ବଲପୁର ଡିଆରଏମଙ୍କୁ ଭେଟି ସମ୍ବଲପୁର ଓ ପାଖ ପାଖି ଅଂଚଳର ରେଳ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ବଲପୁର–ପୁରୀ ଇଂଟରସିଟି ଏକ୍ସପ୍ରେସ (୧୮୩୦୩) ଓ ପୁରୀ–ସମ୍ବଲପୁର ଇଂଟରସିଟି ଏକ୍ସପ୍ରେସର (୧୮୩୦୪) ସମ୍ବଲପୁର ଲୋକଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ସେ ଦିଗରେ ଆଲୋକପାତ କରିଥିଲେ । ଏହି ଟ୍ରେନ ସମ୍ବଲପୁର ଓ ପଶ୍ଚିମ ଓଡ଼ିଶାକୁ ରାଜଧାନୀ ଭୁବନେଶ୍ୱର ସହ ଯୋଡ଼ିଥିବା ଏକ ପ୍ରମୁଖ ଯାତ୍ରୀବାହୀ ଟ୍ରେନ ହୋଇଥିବା ବେଳେ ହଜାର ହଜାର ସରକାରୀ ଓ ଘରୋଇ କର୍ମଚାରୀ, ଛାତ୍ରଛାତ୍ରୀ, ଉଚ୍ଚ ଚିକିସ୍ୟା ଯାଉଥିବା ରୋଗୀ, ବ୍ୟବସାୟୀ ଓ ସାଧାରଣ ଲୋକ ଏହା ଉପରେ ନିର୍ଭର କରିଥାନ୍ତି । ପୁରୀ–ସମ୍ବଲପୁର ଇଂଟରସିଟି ଟ୍ରେନର ନିୟମିତ ବିଳମ୍ବ ଯୋଗୁଁ ଅନେକ ସମୟରେ ଟ୍ରେନ ରାତି ୧୨ଟା ପରେ ସମ୍ବଲପୁର ପହଂଚୁଥିବାରୁ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ମହିଳା, ବୟସ୍କ, ରୋଗୀ ଓ ଦୈନିକ ଯାତ୍ରୀମାନଙ୍କ ପାଇଁ ଏହା ଗୁରୁତର ସମସ୍ୟା ସୃଷ୍ଟି କରୁଛି । ସେହିପରି ସମ୍ବଲପୁର ରେଳ ଷ୍ଟେସନର ୫ ଓ ୬ ନମ୍ବର ପ୍ଲାଟଫର୍ମରୁ ଇଂଟରସିଟି ଟ୍ରେନ ଚଳାଚଳ ଯୋଗୁଁ ସାଧାରଣ ତଥା ସମସ୍ତ ବର୍ଗର ଯାତ୍ରୀଙ୍କୁ ହେଉଥିବା ଅସୁବିଧା ସମ୍ପର୍କରେ ମଧ୍ୟ ଡିଆରଏମଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ପ୍ରୋଗ୍ରେସିବ ସମ୍ବଲପୁର ପକ୍ଷରୁ ସମ୍ବଲପୁର ସିଟି ଷ୍ଟେସନରେ ସମ୍ବଲପୁର–ପୁରୀ ଇଂଟରସିଟି ଟ୍ରେନର ରହଣି ପ୍ରଦାନ ପାଇଁ ଦୃଢ ଦାବି କରାଯାଇଥିଲା ବିଶେଷ ଭାବରେ ଫାଟକ ଷ୍ଟେସନ( ସମ୍ବଲପୁର ରୋଡ଼ ଷ୍ଟେସନ ) ବନ୍ଦ ହୋଇଯାଇଥିବାରୁ ସହରର ଅନ୍ୟ ଅଂଚଳର ବହୁ ସଂଖ୍ୟକ ଯାତ୍ରୀ ସିଟି ଷ୍ଟେସନରେ ରହଣି ଦାବି କରୁଛନ୍ତି । ଡିଆରଏମ ପ୍ରତିନିଧି ଦଳକୁ ଆଶ୍ୱାସନ ଦେଇ କହିଥିଲେ ଯେ, ଉଠାଯାଇଥିବା ଦାବିଗୁଡ଼ିକୁ ରେଳ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ସହ ବିଚାର କରାଯାଉଛି। ଯାତ୍ରୀମାନଙ୍କ ସୁବିଧା ପାଇଁ ଲିଫ୍ଟ ଓ ଏସ୍କାଲେଟର ବ୍ୟବସ୍ଥା କରାଯିବ, ସମ୍ବଲପୁର ସିଟି ଷ୍ଟେସନର କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରାଯିବ, ଏବଂ ସମ୍ବଲପୁର ସିଟି ଷ୍ଟେସନରେ ଇଂଟରସିଟି ଟ୍ରେନର ହଲ୍ଟ ପ୍ରଦାନ ପ୍ରସ୍ତାବ ଉପରେ ପଦକ୍ଷେପ ନେବା ପାଇଁ ସୂଚନା ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande