
ମୁଖୀଗୁଡା ,୨୩ ମଇ (ହି ସ) - ପାଇପ ସଫା କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି କାମ କରୁଥିବା ଶ୍ରମିକର ମୃତ୍ୟୁ ଘଟିଛି । ଆଜି ଅପରାହ୍ନ ପ୍ରାୟ ୪ଟା୩୦ ମିନିଟ ସମୟରେ ଜୟପାଟଣା ଷ୍ଟେଟ ବ୍ୟାଙ୍କ ନିକଟ ମୁଖ୍ୟ ରାସ୍ତା କଡରେ ଥିବା ପ୍ରାଣ ବେହେରାଙ୍କ କୋଠାରେ ଜୟପାଟଣା ନିକଟ ଚିର୍କା ଗ୍ରାମର ପାଇପ ମିସ୍ତ୍ରୀ ଅଧୀନରେ କାମ କରୁଥିବା ସେହି ଗ୍ରାମର ଶ୍ରମିକ ଶାନ୍ତନୁ ପୁଝାରି( ୨୫) ଷ୍ଟିଲ ପାଇପ ସାହାଯ୍ୟରେ ପାଇପ ସଫା କରୁଥିବା ବେଳେ କୋଠା ସାମନା ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ତୁରନ୍ତ ତାଙ୍କୁ ଜୟପାଟଣା ଡାକ୍ତରଖାନାକୁ ନିଆ ଯାଇଥିଲା ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ । ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ।
ହିନ୍ଦୁସ୍ଥାନ ସମାଚାର / ନିହାର