ମନ୍ଦିର ଗେଟ ସାମନାରୁ ମଟର ସାଇକେଲ ଚୋରୀ ଅଭିଯୋଗ
ମୁଖୀଗୁଡା,୨୩ ମଇ(ହିସ) - ମଟର ସାଇକେଲ ଗେଟ ସାମନାରେ ରଖି ଜଗନ୍ନାଥ ମନ୍ଦିର ଭିତରକୁ ପୂଜା କରିଯାଇଥିବା ବେଳେ ମଟର ସାଇକେଲ ଚୋରୀ ହୋଇଥିବା ମୁଖୀଗୁଡା ଫାଣ୍ଡିରେ ଅଭିଯୋଗ ହୋଇଛି । ଆଜି ସକାଳ ୬ଟା ବେଳେ ମୁଖୀଗୁଡା ସେକ୍ଟର୨ରେ ରହୁଥିବା କଳାକାହ୍ନୁ ଠାକୁର ନିଜ ହୋଣ୍ଡା ମଟର ସାଇକେଲ ନମ୍ବର ଓଡି୮ଜେ ୭୪
ମନ୍ଦିର ଗେଟ ସାମନାରୁ ମଟର ସାଇକେଲ ଚୋରୀ ଅଭିଯୋଗ


ମୁଖୀଗୁଡା,୨୩ ମଇ(ହିସ) - ମଟର ସାଇକେଲ ଗେଟ ସାମନାରେ ରଖି ଜଗନ୍ନାଥ ମନ୍ଦିର ଭିତରକୁ ପୂଜା କରିଯାଇଥିବା ବେଳେ ମଟର ସାଇକେଲ ଚୋରୀ ହୋଇଥିବା ମୁଖୀଗୁଡା ଫାଣ୍ଡିରେ ଅଭିଯୋଗ ହୋଇଛି । ଆଜି ସକାଳ ୬ଟା ବେଳେ ମୁଖୀଗୁଡା ସେକ୍ଟର୨ରେ ରହୁଥିବା କଳାକାହ୍ନୁ ଠାକୁର ନିଜ ହୋଣ୍ଡା ମଟର ସାଇକେଲ ନମ୍ବର ଓଡି୮ଜେ ୭୪୨୫କୁ ଜଗନ୍ନାଥ ମନ୍ଦିରର ଗେଟ ସାମନାରେ ରଖି ମନ୍ଦିର ଭିତରକୁ ପୂଜା କରିବା ପାଇଁ ଯାଇଥିଲେ । ସେ ପୂଜା କରି ଫେରିବା ବେଳକୁ ସେ ରଖିଥିବା ସ୍ଥାନରେ ମଟର ସାଇକେଲ ନଥିଲା । ଏ ସମ୍ପର୍କରେ ଶ୍ରୀ ଠାକୁର ମୁଖୀଗୁଡା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande