ରାଜା ସ୍ୱାଇଁଙ୍କ ଉପରକୁ ଆକ୍ରମଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ
ଭୁବନେଶ୍ୱର,୨୩ ମଇ (ହି.ସ.) - ଆଠଗଡ଼ ବିଧାୟକ ରାଜା ସ୍ୱାଇଁଙ୍କ ଉପରକୁ ଆକ୍ରମଣ ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ି ନବୀନ ଘଟଣାକୁ ନେଇ ଉଦ୍ବେଗ ଜଣାଇବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
gh

ନବୀନ ତାଙ୍କ ଚିଠିରେ ଲେଖିଛନ୍ତି ତିଗିରିଆ ପଂଚାୟତ ସମିତି ବୈଠକକୁ ଯାଉଥିବା ସମୟରେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଆଠଗଡ଼ର ବିଧାୟକ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପରେ ବିଜେପି ସମର୍ôଥତ ଗୁଣ୍ଡାଙ୍କ ଦ୍ୱାରା ସର୍ବସମ୍ମୁଖରେ ହୋଇଥିବା ଆକ୍ରମଣ ଗଣତନ୍ତ୍ରରେ କଦାପି ଶୋଭନୀୟ ନୁହେଁ।

ଲୋକଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧି ନିଜ ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରିବା ସମୟରେ ଯଦି ରାଜରାସ୍ତାରେ ଗୁଣ୍ଡାରାଜର ଶିକାର ହେଉଛନ୍ତି, ତେବେ ସାଧାରଣ ଜନତାଙ୍କ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏଥିରେ ତୁରନ୍ତ ହସ୍ତକ୍ଷେପ କରି ଦୁର୍ବୃତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଓଡ଼ିଶାର ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

 rajesh pande