
ଭୁବନେଶ୍ୱର, ୨୩ ମଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ରାୟଗଡ଼ା ଜିଲ୍ଲାର ଗୁଣୁପୁରରେ ସର୍ବାଧିକ ୩୦.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ଗଜପତି ଜିଲ୍ଲାର ମହେନ୍ଦ୍ରଗଡ଼ରେ ୧୭.୨ ମି.ମି., ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ୧୬.୦ ମି.ମି., ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ୧୫.୦ ମି.ମି., ଗଜପତି ଜିଲ୍ଲାର କାଶୀନଗରରେ ୧୩.୮ ମି.ମି., କୋରାପୁଟ ଜିଲ୍ଲାର ବନ୍ଧୁଗାଁରେ ୧୨.୦ ମି.ମି., ଗଜପତି ଜିଲ୍ଲାର ଆର.ଉଦୟଗିରିରେ ୮.୪ ମି.ମି., ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର(ପିଟିଓ)ରେ ୬.୨ ମି.ମି., କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆରେ ୫.୨ ମି.ମି., ରାୟଗଡ଼ା ଜିଲ୍ଲାର ଆରଗୁଡାରେ ୫.୨ ମି.ମି., ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁରରେ ୫.୦ ମି.ମି., ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ୪.୪ ମି.ମି. ଏବଂ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ୪.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶନିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ