
ଭୁବନେଶ୍ୱର,୨୩ ମଇ (ହି.ସ.) - ରାଜ୍ୟରେ ବଢ଼ୁଥିବା ବିଦ୍ୟୁତ ଚାହିଦା ଓ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ୍ (ଓପିଟିସିଏଲ) ପକ୍ଷରୁ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍ ସହ ମୁଖ୍ୟାଳୟ ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବିଦ୍ୟୁତ୍ କର୍ମଚାରୀ ମୁଖ୍ୟାଳୟ ଛାଡ଼ିପାରିବେନି। ଏହାସହ ସବୁ ଅନୁମୋଦିତ ଛୁଟିକୁ ତତ୍କ୍ଷଣାତ ବାତିଲ କରିଛି ଓପିଟିସିଏଲ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା