
ଗଞାମ, ୨୩ ମଇ (ହି.ସ.)- ଆଜି ସକାଳେ ଆସିକା ବସଷ୍ଟାଣ୍ଡରେ ଭିଣୋଇ ଟୁନା ଡାକୁଆର ଛୁରାମାଡରେ ଶଳା ବଡଗଡ ଥାନା ଅନ୍ତର୍ଗତ ବାଖରକଟା ଗାଁର ପଂଚା ଡାକୁଆ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଆସିକା ହସପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି। ପାରିବାରିକ ଅଶାନ୍ତିରୁ ଏହି ଛୁରାମାଡ ହୋଇଥିବା ସୂଚନା ମିଳିଛି । ଆସିକା ପୁଲିସ ଘଟଣାର ତଦନ୍ତ କରୁଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ