ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତିରେ ଝାରସୁଗୁଡା ହାର୍ଟ ହସ୍ପିଟାଲ୍ ଆରମ୍ଭ
Very soon heart hospital will function
ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତିରେ ଝାରସୁଗୁଡା ହାର୍ଟ ହସ୍ପିଟାଲ୍ ଆରମ୍ଭ


ଝାରସୁଗୁଡା ୨୩ ମେ (ହି.ସ.) ଝାରସୁଗୁଡାରେ ନିର୍ମିତ ବହୁ ପ୍ରତୀକ୍ଷିତ ହାର୍ଟ ହସ୍ପିଟାଲ୍ ଆସନ୍ତା ଜୁନ୍ ମାସରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ। ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତି ଅବସରରେ ଏହି ହସ୍ପିଟାଲ୍ର ଶୁଭାରମ୍ଭ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ ସୂଚନା ଦେଇଛନ୍ତି।

ଶନିବାର ସନ୍ଧ୍ୟାରେ ଝାରସୁଗୁଡା ବିମାନବନ୍ଦରରେ ଦଳୀୟ କାର୍ଯ୍ୟକର୍ତାଙ୍କ ଶୁଭେଚ୍ଛା ଗ୍ରହଣ କରିବା ପରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ଯେ, ଗତବର୍ଷ ସରକାରଙ୍କ ପ୍ରଥମ ବର୍ଷ ପୂର୍ତି ଅବସରରେ ମଙ୍ଗଳ ବଜାର ସାଟେଲାଇଟ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଥିଲା। ସେହିପରି ଏବେ ଝାରସୁଗୁଡା ହାର୍ଟ ହସ୍ପିଟାଲ୍କୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଲୋକସେବା ପାଇଁ ଖୋଲାଯିବ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ, ହସ୍ପିଟାଲର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି ଏବଂ ଏହା କାର୍ଯ୍ୟକ୍ଷମ ହେଲେ ପଶ୍ଚିମ ଓଡ଼ିଶା ସହ ଝାରସୁଗୁଡା ଜିଲ୍ଲାର ସାଧାରଣ ଲୋକ ଉନ୍ନତ ହୃଦରୋଗ ଚିକିତ୍ସା ସୁବିଧା ପାଇପାରିବେ।

ଏହି ଘୋଷଣା ପରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ବିଭାଗୀୟ ସଚିବମାନଙ୍କ ସହ ଏନେଇ ସମସ୍ତ ଆଲୋଚନା ସମାପ୍ତ ହୋଇଛି। ହସ୍ପିଟାଲ୍ ଚାଲୁ ହେଲେ ଜିଲ୍ଲାର ରୋଗୀମାନେ ବହୁ ଉପକୃତ ହେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

----------------

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande