
କେନ୍ଦ୍ରାପଡ଼ା, ୨୩ ମଇ(ହି.ସ.) – ଅସହ୍ୟ ଗରମ ଗୁଳୁଗୁଳି ଲାଗି ରହିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ଥିବା ମହେଶ କର ଫାଉଣ୍ଡେସନ ଲଗାତାର ଜଳ ସେବା ଯୋଗାଇଆସୁଛି। ଦୀର୍ଘ ଦେଢ଼ ମାସରୁ ଉର୍ଦ୍ଧ୍ୱ ହେବ ଜିଲ୍ଲାର ବିଭିନ୍ନ ସ୍ଥାନରେ ପଥଚାରୀ ଙ୍କୁ ଶୋଷ ମେଣ୍ଟାଇବା ନିମନ୍ତେ ଦହି ସରବତ ଏବଂ ଗ୍ଲୁକୋଜ ପାଣି ବଂଟନ କାର୍ଯ୍ୟକ୍ରମ କରୁଛନ୍ତି। ଶୁକ୍ରବାର ଏହି କାର୍ୟ୍ୟକ୍ରମ ଗରଦପୁର ବଜାର ମଧ୍ୟରେ ଫାଉଣ୍ଡେସନ ପକ୍ଷରୁ ଆୟୋଜନ ହୋଇଥିଲା। ଏଥିରେ ଫାଉଣ୍ଡେସନର ଉପଦେଷ୍ଟା ପ୍ରଦୀପ ମହାନ୍ତି, ସମାଜସେବୀ ଭାଗିରଥି ଜେନା, ଗୋଲେଖ ଚନ୍ଦ୍ର ପଢ଼ିହାରି, ସାମ୍ବାଦିକ ଦେବଦତ ଦାଶ, ଦେବେନ୍ଦ୍ର କୁମାର ଦାସ, ରାକେଶ ମହାନ୍ତି, ମୁକ୍ତେଶ୍ୱର ସ୍ୱାଇଁ, ପବିତ୍ର ପାଣି, ସ୍ମୁତି ରଞ୍ଜନ ଦାସ, ଗୋପାଳ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମ ସମ୍ଭାଳି ଥିଲେ। ଏହି କାର୍ୟ୍ୟକ୍ରମକୁ ଆଭାଷି ଜରିଆରେ ସ୍ୱର୍ଗତ କରଙ୍କ ସୁପୁତ୍ର ତଥା ଫାଉଣ୍ଡେସନ ର ପୁଷ୍ଟପୋଷକ ହିମାଂଶୁ ଭୂଷଣ କର(ହାପୀ)ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ୮୦୦ ରୁ ଉର୍ଦ୍ଧ ପଥଚାରୀ ଦହି ସରବତ ଏବଂ ଗ୍ଲୁକୋଜ ପାଣି ପିଇକି ଅତ୍ୟଧିକ ତାତିରୁ ରକ୍ଷା ପାଇବା ପାଇଁ ଶୋଷ ମେଣ୍ଟାଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି