
ଭୁବନେଶ୍ୱର, 23 ମେ (ହି.ସ.)- ବିଜେପି
ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ
ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ ନିତିନ
ନବୀନଙ୍କ ଗତିଶୀଳ ନେତୃତ୍ୱ ଏବଂ ସଂଗଠନ ପ୍ରତି ତାଙ୍କର ଅଟୁଟ ନିଷ୍ଠାର ପ୍ରଶଂସା କରି କହିଛନ୍ତି
ଯେ,
ତାଙ୍କର ନେତୃତ୍ୱ ଦେଶବ୍ୟାପୀ ଅସଂଖ୍ୟ କାର୍ଯ୍ୟକର୍ତ୍ତାଙ୍କୁ
ନିରନ୍ତର ପ୍ରେରିତ ଓ ଉତ୍ସାହିତ କରୁଛି।
ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ
ଲେଖିଛନ୍ତି ଯେ, ବିଜେପିର
ଜାତୀୟ ଅଧ୍ୟକ୍ଷ ଭାବେ ନିତିନ ନବୀନଙ୍କ ସମର୍ପଣ ଏବଂ ସଂଗଠନକୁ ସୁଦୃଢ଼ କରିବା ପ୍ରତି ତାଙ୍କର
ପ୍ରତିବଦ୍ଧତା କାର୍ଯ୍ୟକର୍ତ୍ତାମାନଙ୍କ ପାଇଁ ପ୍ରେରଣାର ଉତ୍ସ। ସେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ, ସୁଖ-ସମୃଦ୍ଧି ଓ ଦୀର୍ଘାୟୁ କାମନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ
ମାଝୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି କହିଛନ୍ତି ଯେ, ସେ ନିତିନ ନବୀନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ସୁଖ-ଶାନ୍ତି ଏବଂ ଜନସେବା ପାଇଁ ଦୀର୍ଘ ଓ ସଫଳ ଜୀବନ ପ୍ରଦାନ
କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା