ବିଶ୍ୱ କଇଁଛ ଦିବସ ଅବସରରେ ସଂରକ୍ଷଣ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 23 ମେ (ହି.ସ.)- ବିଶ୍ୱ କଇଁଛ ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଇଁଛ ସଂରକ୍ଷଣ ଓ ଜୀବ ବିବିଧତାର ସୁରକ୍ଷା ପ୍ରତି ସମୂହିକ ସଂକଳ୍ପକୁ ପୁନରୁଚ୍ଚାରଣ କରିବାକୁ ଆହ୍ୱାନ କରିଛନ୍ତି। ସୋସିଆଲ ମିଡିଆରେ ପ୍ରକାଶିତ ତାଙ୍କ ବାର୍ତ୍ତାରେ
ବିଶ୍ୱ କଇଁଛ ଦିବସ ଅବସରରେ     ସଂରକ୍ଷଣ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 23 ମେ (ହି.ସ.)- ବିଶ୍ୱ କଇଁଛ ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ

ମୋହନ ଚରଣ ମାଝୀ କଇଁଛ ସଂରକ୍ଷଣ ଓ ଜୀବ ବିବିଧତାର ସୁରକ୍ଷା ପ୍ରତି ସମୂହିକ ସଂକଳ୍ପକୁ

ପୁନରୁଚ୍ଚାରଣ କରିବାକୁ ଆହ୍ୱାନ କରିଛନ୍ତି।

ସୋସିଆଲ ମିଡିଆରେ

ପ୍ରକାଶିତ ତାଙ୍କ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କଇଁଛ ପ୍ରକୃତିର ସବୁଠାରୁ ଶାନ୍ତ, ଧୈର୍ୟଶୀଳ ଓ ଦୀର୍ଘାୟୁ ପ୍ରାଣୀମାନଙ୍କ ମଧ୍ୟରୁ ଗୋଟିଏ। ଭାରତୀୟ

ସଂସ୍କୃତିରେ କଇଁଛକୁ ଧୈର୍ଯ୍ୟ, ସହନଶୀଳତା ଓ ସୁରକ୍ଷାର ପ୍ରତୀକ ଭାବେ ମନାଯାଏ ଏବଂ ଭଗବାନ ବିଷ୍ଣୁଙ୍କ କୂର୍ମ ଅବତାର ଭାବେ

ଏହାର ବିଶେଷ ଧାର୍ମିକ ଓ ସାଂସ୍କୃତିକ ମହତ୍ତ୍ୱ ରହିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି

ଯେ,

ପ୍ରତିବର୍ଷ ବହୁ ସଂଖ୍ୟାରେ ଆସୁଥିବା ଅଲିଭ ରିଡଲେ ସାମୁଦ୍ରିକ କଇଁଛ ମାନଙ୍କ

କାରଣରୁ ଓଡ଼ିଶାର ପବିତ୍ର ସମୁଦ୍ରତଟ ବିଶ୍ୱବ୍ୟାପୀ ଏକ ବିଶିଷ୍ଟ ପରିଚୟ ହାସଲ କରିଛି। ଏହି

ପ୍ରାକୃତିକ ଘଟଣା ପ୍ରକୃତି, ସଂସ୍କୃତି ଓ ଆଧ୍ୟାତ୍ମିକ ପରମ୍ପରା ସହ ରାଜ୍ୟର ଗଭୀର ଓ ଚିରସ୍ଥାୟୀ ସମ୍ପର୍କକୁ

ପ୍ରତିଫଳିତ କରେ।

ସେ କହିଛନ୍ତି ଯେ, ଅଲିଭ ରିଡଲେ କଇଁଛ ମାନଙ୍କର ଆଗମନ ଓଡ଼ିଶାର ସମୃଦ୍ଧ ପରିବେଶ

ଐତିହ୍ୟର ପ୍ରତୀକ, ଯାହାର

ସଂରକ୍ଷଣ ଆମ ସମସ୍ତଙ୍କର ଦାୟିତ୍ୱ। ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ଏହି ଦୁର୍ଲଭ ସାମୁଦ୍ରିକ

ପ୍ରାଣୀମାନଙ୍କର ସୁରକ୍ଷା କରିବା ସହିତ ଆଗାମୀ ପିଢ଼ି ପାଇଁ ରାଜ୍ୟର ଜୀବ ବିବିଧତା ଓ

ପ୍ରାକୃତିକ ଐତିହ୍ୟକୁ ସୁରକ୍ଷିତ ରଖିବାକୁ ସଂକଳ୍ପ ନେବା ପାଇଁ ଆହ୍ୱାନ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande