ସରକାର ଆଗୁଆ ପଦକ୍ଷେପ ନେଇଥିଲେ ଭୟଙ୍କର ଗରମରେ ଲୋକେ ହସ୍ତସନ୍ତ ହୋଇନଥାନ୍ତେ
ଭୁବନେଶ୍ୱର,୨୩ ମଇ (ହି.ସ.) - ସରକାରଙ୍କ ଅପରିଣାମଦର୍ଶିତା ଏବଂ ଦୂରଦର୍ଶିତା ଅଭାବ ଯୋଗୁଁ ମେ ମାସର ପ୍ରଚଣ୍ଡ ଗରମରେ ରାଜ୍ୟବାସୀଙ୍କୁ ଘୋର ହଇରାଣ ହେବାକୁ ପଡ଼ୁଛି। ଯଦି ସରକାର ପୂର୍ବରୁ ବିଜୁଳି ଉତ୍ପାଦନ ଓ ବଂଟନର ସମୀକ୍ଷା କରି ଆଗୁଆ ପଦକ୍ଷେପ ନେଇଥାନ୍ତେ ଏଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇନ
thdy


ଭୁବନେଶ୍ୱର,୨୩ ମଇ (ହି.ସ.) - ସରକାରଙ୍କ ଅପରିଣାମଦର୍ଶିତା ଏବଂ ଦୂରଦର୍ଶିତା ଅଭାବ ଯୋଗୁଁ ମେ ମାସର ପ୍ରଚଣ୍ଡ ଗରମରେ ରାଜ୍ୟବାସୀଙ୍କୁ ଘୋର ହଇରାଣ ହେବାକୁ ପଡ଼ୁଛି। ଯଦି ସରକାର ପୂର୍ବରୁ ବିଜୁଳି ଉତ୍ପାଦନ ଓ ବଂଟନର ସମୀକ୍ଷା କରି ଆଗୁଆ ପଦକ୍ଷେପ ନେଇଥାନ୍ତେ ଏଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ବୋଲି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ରେ ପୂର୍ବତନମନ୍ତ୍ରୀ ପଂଚାନନ କାନୁନଗୋ କହିଛନ୍ତି।

ଶ୍ରୀ କାନୁନ୍ଗୋ ରାଜ୍ୟର ଅଘୋଷିତ ବିଜୁଳିକାଟର ହିସାବ ଦେଇ କହିଲେ ମାର୍ଚ୍ଚରେ ୨୪ ଘଂଟା, ଅପ୍ରେଲରେ ୩୪ ଘଂଟା ଏବଂ ୨୦ ତାରିଖ ସୁଧା ମେ ରେ ୪୧ ଘଂଟା ବିଦ୍ୟୁତକାଟ ହୋଇଛି । ଏ ସବୁ ବିଜୁଳି ବିଭ୍ରାଟ କାରଣ ହେଉଛି ଅତିରିକ୍ତ ବିଜୁଳି ଲୋଡ ଯାହା ତଳ ସ୍ତର ଟ୍ରାନ୍ସଫରମର ଫେଲୁଅର ରୁ ଗ୍ରିଡ୍ ଫେଲୁଅର ପର୍ଯ୍ୟନ୍ତ ଘଟୁଛି । ପ୍ରବଳ ଗରମରେ ବିଜୁଳିକାଟ ଯୋଗୁ ଏସି, ଫ୍ୟାନ, କୁଲର ବନ୍ଦ ହୋଇ ସାଧାରଣ ଜନତା ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଓ ଲୋକଙ୍କ କଥା ଶୁଣିବାକୁ କେହି ନାହାନ୍ତି । ଫଳରେ ସାଧାରଣ ଜନତା ଦଳବଦ୍ଧ ହୋଇ ବିଜୁଳି କାର୍ଯ୍ୟାଳୟ ସାମ୍ନାରେ ପ୍ରତିବାଦ କରି ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହେଉଛି । ଏ ସମସ୍ତ ବିଭ୍ରାଟର ସମାଧାନ ପାଇଁ ବିଜୁଳି ବିଭାଗ ବିଜୁଳି ଅଡିଟ୍ କରିବା ନେତାଙ୍କ ଜରୁରୀ ।

ସେହିପରି ପୂର୍ବତନମନ୍ତ୍ରୀ ଦେବାଶିଷ ନାୟକ କହିଲେ ବିଜେପି ସରକାର ଆସିବା ପର ଠାରୁ ଘୋର ବିଜୁଳି ସଙ୍କଟ ଦେଖାଯାଉଛି କାହିଁକି ବର୍ତମାନ ଜାଣି ସାରିଲେଣି । ଟାଟା ପାୱାର ଓ ସରକାରଙ୍କ ମଧୁଚନ୍ଦ୍ରିକା ବର୍ତମାନ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି । କୌଣସି ବିଭାଗ ଠିକ୍ ଭାବରେ କାର୍ଯ୍ୟ ସମ୍ପାଦନ କରିପାରୁନାହାନ୍ତି । ସରକାର ସମସ୍ତ ବିଷୟରେ ଆଗୁଆ ପଦକ୍ଷେପ ଗ୍ରହଣ କଲେ ଏଭଳି ଜନଅସନ୍ତୋଷ ବ୍ୟାପନ୍ତା ନାହିଁ ।

ଉପସ୍ଥିତ ପିସିସି ମୁଖପାତ୍ର ଅଶୋକ ସ୍ୱାଇଁ କହିଲେ ସରକାର ଓ ଟାଟା ପାୱାର ବିଭିନ୍ନ ଶିଳ୍ପ ସଂସ୍ଥାକୁ ବିଜୁଳି ଯୋଗାଣ କରିବାରେ କୌଣସି ସୃଷ୍ଟି ହେଉନାହିଁ । ଟାଟା ମାଇନ୍ସକୁ ଅନବରତ ବିଜୁଳି ଯୋଗାଣ ଚାଲିଛି । ସେଥିରେ ମଧ୍ୟ କୌଣସି ସମସ୍ୟା ନାହିଁ । ଏହା ସହିତ ଭିଭିଆଇପି ଅଂଚଳ ମାନଙ୍କୁ ମଧ୍ୟ ବିଜୁଳି ଯୋଗାଣ ବରାବର ରହୁଛି । କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଘଂଟା ଘଂଟା ବିଦ୍ୟୁତ କାଟ, ଅଧିକ ବିଲିଂ, ନୂତନ ମିଟର ସ୍ଥାପନ ଇତ୍ୟାଦି ପାଇଁ ଘୋର ହଇରାଣ କରି ଜୀବନ ଦୁର୍ବିସହ କରିଦେଉଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande