
ଭୁବନେଶ୍ୱର,୨୩ ମଇ (ହି.ସ.) - ବାଲି ଚୋରା ଚାଲାଣ ରୋକିବା ପାଇଁ ନନ୍ଦନକାନନ ପୋଲିସ ପକ୍ଷରୁ ବିଶେଷ ଅଭିଯାନରେ କୁଆଖାଇ ନଦୀତଟରୁ ୩୮ଟି ହାଇୱା ଓ ୧ଟି ଜେସିବି ଜବତ କରାଯାଇଛି।
ସୂଚନା ଅନୁଯାୟୀ ଗତକାଲି ରାତିରେ କଲ୍ୟାଣପୁର ବାଲିଘାଟରୁ ଅବୈଧ ଭାବେ, ବିନା ସଠିକ କାଗଜପତ୍ର ରେ ବାଲିର ଚୋରା ଚାଲାଣ କରୁଥିବା ୩୮ଗୋଟି ହାଇୱା , ଗୋଟିଏ ଜେସିବି ଓ ୨ ଟି ପ୍ରୋକଲିନ୍ କୁ ଜବତ କରି ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଭୁବନେଶ୍ୱ- କଟକ ପୋଲିସ୍ କମିଶନର ସୁରେଶ ଦେବଦତ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା