ଶିକ୍ଷାନୁଷ୍ଠାନରେ ନିଯୁକ୍ତ ହେବେ ଅତିଥି ଅଧ୍ୟାପକ
ଭୁବନେଶ୍ୱର,୨୩ ମଇ (ହି.ସ.) - ରାଜ୍ୟର ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ନିଯୁକ୍ତ ହେବେ ଅତିଥି ଅଧ୍ୟାପକ। ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ଜୁଲାଇ ୧ରୁ କାର୍ଯ୍ୟରେ ଯୋଗଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ବ
ଶିକ୍ଷାନୁଷ୍ଠାନରେ ନିଯୁକ୍ତ ହେବେ ଅତିଥି ଅଧ୍ୟାପକ


ଭୁବନେଶ୍ୱର,୨୩ ମଇ (ହି.ସ.) - ରାଜ୍ୟର ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ନିଯୁକ୍ତ ହେବେ ଅତିଥି ଅଧ୍ୟାପକ। ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ଜୁଲାଇ ୧ରୁ କାର୍ଯ୍ୟରେ ଯୋଗଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ବିଏଡ୍, ଏମ୍ଏଡ୍ କୋର୍ସ ପାଇଁ ଶିକ୍ଷକଙ୍କ ନୂଆ ପ୍ୟାନେଲ୍ ଗଠନ ହେବ। ବିଏଡ୍ ରେ ନିଯୁକ୍ତ ଅସିଷ୍ଟାଂଟ ପ୍ରଫେସରଙ୍କୁ ମାସିକ ୩୫ ହଜାର ମିଳିବ। ସେହିପରି ଏମ୍ଏଡ୍ ରେ ଅସୋସିଏଟ୍ ପ୍ରଫେସରଙ୍କୁ ମାସିକ ୪୦ ହଜାର ମିଳିବ । ପ୍ରଫେସରଙ୍କୁ ୫୦ ହଜାର ଟଙ୍କା ମାସିକ ପାରିଶ୍ରମିକ ନିର୍ଦ୍ଧାରଣ କରାଯାଇଛି। ମେ' ୨୩ ମଧ୍ୟରେ ଏଚଆଇଏମଏସ୍ ପୋର୍ଟାଲରେ ତଥ୍ୟ ଅପଲୋଡ୍ କରିବେ। ୩୦ ସୁଦ୍ଧା ବିଜ୍ଞାପନ ପ୍ରକାଶ, ଜୁନ୍ ୯ରେ ଅନଲାଇନ୍ ଆବେଦନ ତାରିଖ ରଖାଯାଇଛି। ଜୁନ୍ ୨୦ ସୁଦ୍ଧା ୱାକ୍ ଇନ୍ ଇଂଟରଭ୍ୟୁ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜୁନ୍ ୨୩ରେ ମେରିଟ୍ ତାଲିକା ପ୍ରକାଶ ପାଇବ ଏବଂ ଜୁନ୍ ୨୫ରେ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ଦିଆଯିବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande