ସାମ୍ବାଦିକ ମାନଙ୍କ ସମସ୍ଯା ନେଇ ସିଂହଦ୍ଵାରରୁ ଆରମ୍ଭ ହେବ ଲଢେଇ, ସମାଜର ଆଖି ସାମ୍ବାଦିକ
ପୁରୀ, ୨୩ ମଇ (ହି.ସ.)- ଓଡିଶାରେ ଦୀର୍ଘ ବର୍ଷ ଧରି ସାମ୍ବାଦିକ ମାନଙ୍କ ସମସ୍ଯା ଦୂର ହୋଇପାରୁନାହିଁ । କେବଳ ପ୍ରତିଶ୍ରୁତି ଓ ମିଠା କଥା ଶୁଣାଇ ଦିଆଯାଉଛି । ରାଜ୍ୟର ପ୍ରତିଷ୍ଠିତ ସାମ୍ବାଦିକ ସଂଘ ଓଜେୟୁ ପକ୍ଷରୁ ଏକ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ବର ଠାରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ
ସାମ୍ବାଦିକ ମାନଙ୍କ ସମସ୍ଯା ନେଇ ସିଂହଦ୍ଵାରରୁ ଆରମ୍ଭ ହେବ ଲଢେଇ, ସମାଜର ଆଖି ସାମ୍ବାଦିକ


ପୁରୀ, ୨୩ ମଇ (ହି.ସ.)- ଓଡିଶାରେ ଦୀର୍ଘ ବର୍ଷ ଧରି ସାମ୍ବାଦିକ ମାନଙ୍କ ସମସ୍ଯା ଦୂର ହୋଇପାରୁନାହିଁ । କେବଳ ପ୍ରତିଶ୍ରୁତି ଓ ମିଠା କଥା ଶୁଣାଇ ଦିଆଯାଉଛି । ରାଜ୍ୟର ପ୍ରତିଷ୍ଠିତ ସାମ୍ବାଦିକ ସଂଘ ଓଜେୟୁ ପକ୍ଷରୁ ଏକ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ବର ଠାରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସଭାପତି ଶଶିଭୂଷଣ ପ୍ରହରାଜ ଏଥିରେ ଅଧ୍ୟକ୍ଷତା କରିଥିଲେ । ସାମ୍ବାଦିକ ସମାଜର ଆଖି । ଆଖିକୁ ସରକାର ଘୋଡାଇଲେ ଗଣତନ୍ତ୍ର ପ୍ରତି କୁଠାରଘାତ ହେବ । ସାମ୍ବାଦିକ ସୁରକ୍ଷା ଆଇନ ଓଡିଶାରେ ଆଜି ପର୍ଯ୍ୟନ୍ତ ଲାଗୁ ହୋଇନାହିଁ । ଜାତୀୟ ସ୍ତରରେ ୨ ନମ୍ବରରେ ଥିବା ଓଡିଶା ସାମ୍ବାଦିକ ସଂଘ ବିଭିନ୍ନ ଜିଲ୍ଲାରୁ ଆନ୍ଦୋଳନାତ୍ମକ ପନ୍ଥା ଆରମ୍ଭ କରାଯିବ । ପୁରୀ ଜିଲ୍ଲା ପକ୍ଷରୁ ଶ୍ରୀମନ୍ଦିର ସିଂହଦ୍ଵାର ଠାରୁ ପତିତପାବନ ମାନଙ୍କୁ ମୁଣ୍ଡିଆ ମାରି ଦୁର୍ବାର ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ଜିଲ୍ଲା ସଭାପତି ବିଜୟ ମିଶ୍ର କହିଛନ୍ତି । ଗଞ୍ଜାମ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ସ୍ବର୍ଗତ ରବିନ୍ଦ୍ର ପଟ୍ଟନାୟକଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପାର୍ଥନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ରାଜ୍ଯ କାର୍ଯ୍ୟକାରିଣୀରେ ଅନେକ ପ୍ରସଙ୍ଗ ଆଲୋଚନା ହୋଇଥିଲା ।

ରାଜ୍ୟ ସମ୍ପାଦକ ଦୁର୍ଯ୍ୟୋଧନ ମହାରଣା ଓ ୨୨ ଟି ଜିଲ୍ଲାର ସଭାପତି ଓ ସମ୍ପାଦକ ଯୋଗଦେଇଥିଲେ । ପୁରୀ ଜିଲ୍ଲାର ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର କର ଯୋଗଦେଇ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande