
ଭୁବନେଶ୍ୱର, 23 ମେ (ହି.ସ.)- ନୀତିନ
ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନିତିନ
ନବୀନ ଜୀଙ୍କୁ ହାର୍ଦ୍ଦିକ ଜନ୍ମଦିନର ଶୁଭେଚ୍ଛା। ସେ ଜଣେ ଦୂରଦର୍ଶୀ ସଂଗଠକ ଏବଂ ଜନସେବା ଓ
ରାଷ୍ଟ୍ର ଗଠନ ପାଇଁ ସମର୍ପିତ ନେତା।
ମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁଙ୍କ
କୃପାରେ ଆପଣ ଦୀର୍ଘାୟୁ, ସୁସ୍ଥ ଏବଂ ସଫଳ ଜୀବନ ପାଆନ୍ତୁ, ଏବଂ ଦେଶସେବାରେ ଶକ୍ତି ଓ ପ୍ରଜ୍ଞା ସହ ନିରନ୍ତର ଅଗ୍ରସର ହୁଅନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା