ଜାତୀୟ ରେକର୍ଡ ସୃଷ୍ଟି କରି ରାଷ୍ଟ୍ରମଣ୍ଡଳ କ୍ରୀଡା ପାଇଁ ଯୋଗ୍ୟତା ହାସଲ କରିଥିବା ଅନିମେଷ କୁଜୁରଙ୍କୁ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା
ଭୁବନେଶ୍ୱର, 23 ମଇ(ହି.ସ.) - ବିଧାନସଭାର ବିରୋଧୀ ଦଳନେତା ନବୀନ ପଟ୍ଟନାୟକ ଓଡ଼ିଶାର ଉଦୀୟମାନ ଧାବକ ଅନିମେଷ କୁଜୁରଙ୍କୁ 100 ମିଟର ଦୌଡ଼ରେ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଥିବାରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆରେ ପ୍ରକାଶିତ ତାଙ
ଜାତୀୟ ରେକର୍ଡ ସୃଷ୍ଟି     କରି ରାଷ୍ଟ୍ରମଣ୍ଡଳ କ୍ରୀଡା ପାଇଁ ଯୋଗ୍ୟତା ହାସଲ କରିଥିବା ଅନିମେଷ କୁଜୁରଙ୍କୁ ନବୀନ ପଟ୍ଟନାୟକଙ୍କ     ଶୁଭେଚ୍ଛା


ଭୁବନେଶ୍ୱର,

23 ମଇ(ହି.ସ.) - ବିଧାନସଭାର ବିରୋଧୀ ଦଳନେତା ନବୀନ

ପଟ୍ଟନାୟକ ଓଡ଼ିଶାର ଉଦୀୟମାନ ଧାବକ ଅନିମେଷ କୁଜୁରଙ୍କୁ 100 ମିଟର ଦୌଡ଼ରେ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଥିବାରୁ ଅଭିନନ୍ଦନ

ଓ ଶୁଭେଚ୍ଛା ଜଣାଇଛନ୍ତି।

ସୋସିଆଲ ମିଡିଆରେ

ପ୍ରକାଶିତ ତାଙ୍କ ବାର୍ତ୍ତାରେ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଅନିମେଷ କୁଜୁର 29ତମ ସିନିୟର ଏଥଲେଟିକ୍ସ ଫେଡେରେସନ ପ୍ରତିଯୋଗିତା-2026ରେ 10.15 ସେକେଣ୍ଡ ସମୟ ହାସଲ କରି 100 ମିଟର ଇଭେଂଟରେ ନୂତନ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି। ଏହି

ଅସାଧାରଣ ପ୍ରଦର୍ଶନ ସହିତ ସେ 2026 ରାଷ୍ଟ୍ରମଣ୍ଡଳ କ୍ରୀଡା (କମନୱେଲ୍ଥ ଗେମ୍ସ) ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛନ୍ତି।

ନବୀନ ପଟ୍ଟନାୟକ ଅନିମେଷଙ୍କ

ଏହି ସଫଳତାକୁ ଭାରତୀୟ ଏଥଲେଟିକ୍ସ ପାଇଁ ଗୌରବମୟ ବୋଲି କହିଥିବା ସହ ତାଙ୍କର ପ୍ରତିଭା, କଠିନ ପରିଶ୍ରମ ଓ ସମର୍ପଣ ଦେଶର ଯୁବ କ୍ରୀଡ଼ାବିତମାନଙ୍କ ପାଇଁ

ପ୍ରେରଣାର ଉତ୍ସ ବୋଲି ଉଲ୍ଲେଖ କରିଛନ୍ତି।

ସେ ଆଶା ବ୍ୟକ୍ତ କରିଛନ୍ତି

ଯେ,

ଅନିମେଷ କୁଜୁର ଭବିଷ୍ୟତରେ ମଧ୍ୟ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଜାରି

ରଖି କ୍ରୀଡ଼ା ଜଗତରେ ନୂତନ ସଫଳତାର ସିଢ଼ି ଅତିକ୍ରମ କରିବେ ଏବଂ ଆନ୍ତର୍ଜାତୀୟ ମଞ୍ଚରେ ଭାରତର

ନାମକୁ ଗୌରବାନ୍ୱିତ କରିବେ।

ବିରୋଧୀ ଦଳନେତା ଏହି ଯୁବ

ଧାବକଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ତାଙ୍କର ଆଗାମୀ କ୍ରୀଡ଼ା ଅଭିଯାନ ପାଇଁ ଶୁଭେଚ୍ଛା

ଜଣାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande