
ଭୁବନେଶ୍ୱର,୨୩ ମେ (ହି.ସ.)- +୨ ନାମଲେଖା ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ମଇ ୨୬ ତାରିଖରୁ+୨ ନାମଲେଖା ପାଇଁ ଆବେଦନ ପକ୍ରିୟା ଆରମ୍ଭ ହେବ। ୨୬ରୁ ଜୁନ୍ ୩୦ ଯାଏଁ ଛାତ୍ରଛାତ୍ରୀ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ । ଜୁଲାଇ ୮ରେ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇବ। ଜୁଲାଇ ୯ରୁ ୧୫ ପ୍ରଥମ ପର୍ଯ୍ୟାୟ ଆଡ୍ମିସନ ପ୍ରକ୍ରିୟା ଚାଲିବ। ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା