ରୋଜଗାର ମେଳାରେ ଓଡ଼ିଶାରୁ ୧୮୬ ଜଣଙ୍କୁ ନିଯୁକ୍ତି ପତ୍ର ବଂଟନ
ଭୁବନେଶ୍ୱର,୨୩ ମଇ (ହି.ସ.) - ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ୧୯ତମ ଜାତୀୟ ରୋଜଗାର ମେଳାର ଅଂଶସ୍ୱରୂପ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନବନିଯୁକ୍ତ ଯୁବକଯୁବତୀମାନଙ୍କୁ ୫୧,୦୦୦ ରୁ ଅଧିକ ନିଯୁକ୍ତି ପତ୍ର ବଂଟନ କରିଛନ୍ତି। ଦେଶବ୍ୟାପୀ ୪୭ଟି ସ୍ଥାନରେ ଏକକାଳୀନ ଏହି କାର୍ଯ୍ୟକ୍ରମ
ji76o


ଭୁବନେଶ୍ୱର,୨୩ ମଇ (ହି.ସ.) - ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ୧୯ତମ ଜାତୀୟ ରୋଜଗାର ମେଳାର ଅଂଶସ୍ୱରୂପ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନବନିଯୁକ୍ତ ଯୁବକଯୁବତୀମାନଙ୍କୁ ୫୧,୦୦୦ ରୁ ଅଧିକ ନିଯୁକ୍ତି ପତ୍ର ବଂଟନ କରିଛନ୍ତି। ଦେଶବ୍ୟାପୀ ୪୭ଟି ସ୍ଥାନରେ ଏକକାଳୀନ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି କ୍ରମରେ ଭୁବନେଶ୍ୱରରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ଅଧ୍ୟକ୍ଷତାରେ ରେଳ ଅଡିଟୋରିୟମ ଠାରେ ଆଂଚଳିକ ରୋଜଗାର ମେଳା ଅନୁଷ୍ଠିତ ହୋଇଥିଲା। ସମାବେଶକୁ ସମ୍ବୋଧିତ କରି ଶ୍ରୀ ଓରାମ ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ସାଧୁତା ଓ ନିଷ୍ଠା ବଜାୟ ରଖି ନିଜ ନିଜ ସଂଗଠନ ମଧ୍ୟରେ ସମ୍ମାନ ଅର୍ଜନ କରିବାକୁ ଏବଂ ନିଜର ସରକାରୀ କର୍ତବ୍ୟ ସମ୍ପାଦନ ସମୟରେ ଜନସାଧାରଣଙ୍କ ସହ ସମ୍ମାନଜନକ ବ୍ୟବହାର କରିବାକୁ ଉତ୍ସାହିତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଓଡ଼ିଶାରୁ ମନୋନୀତ ୧୮୬ ଜଣ ପ୍ରାର୍ଥୀଙ୍କୁ ବିଭିନ୍ନ ସରକାରୀ ପଦବୀ ପାଇଁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା। ଏହି ନବନିଯୁକ୍ତ ପ୍ରାର୍ଥୀମାନେ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ଯୋଗଦେବେ, ଯେଉଁଥିରେ ରେଳ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ôଥକ ସେବା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଆଦି ଅନ୍ତର୍ଭୁକ୍ତ।

ଭୁବନେଶ୍ୱରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନେକ ବିଶିଷ୍ଟ ଅତିଥି ଯୋଗ ଦେଇଥିଲେ, ଯେଉଁମାନଙ୍କ ମଧ୍ୟରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ; ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଆଶୁତୋଷ ବିଶ୍ୱାସ; ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମକାର; ଓଡ଼ିଶା ସର୍କଲର ଚିଫ୍ ପୋଷ୍ଟ ମାଷ୍ଟର ଜେନେରାଲ ନିର୍ମଳଜିତ ସିଂହ; ଓଡ଼ିଶା ଏସଏଲବିସିର ମହାପ୍ରବନ୍ଧକ ଓ କନଭେନର ପ୍ରଣବ କୁମାର ବିଶ୍ୱାସ; ଭୁବନେଶ୍ୱରର ଆଂଚଳିକ ଭବିଷ୍ୟ ନିଧି କମିଶନର-୨ ଆବେଶ ମିଶ୍ର ଏବଂ ଭୁବନେଶ୍ୱରର ଏଜିଏମ (ଆକାଉଂଟସ୍) ବିକାଶ ରଞ୍ଜନ ସାହୁ ସାମିଲ ଥିଲେ।

ରୋଜଗାର ମେଳା ହେଉଛି ଭାରତ ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ, ଯାହାର ଲକ୍ଷ୍ୟ ହେଉଛି ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା ଏବଂ ଦେଶର ଯୁବବର୍ଗଙ୍କୁ ଅର୍ଥପୂର୍ଣ୍ଣ ଜୀବିକା ନିର୍ବାହର ସୁଯୋଗ ପ୍ରଦାନ କରିବା। ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ ଦେଶବ୍ୟାପୀ ଆୟୋଜିତ ୧୯ଟି ରୋଜଗାର ମେଳା ମାଧ୍ୟମରେ ପ୍ରାୟ ୧୨ ଲକ୍ଷ ନିଯୁକ୍ତିପତ୍ର ବଂଟନ କରାଯାଇସାରିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande