
ଖୋରାଦ୍ଧଖ, 24 ମେ (ହି.ସ.) ଖୋର୍ଦ୍ଧା,ପାଦରୁ ଅଳତା ଲିଭିବା ଆଗରୁ ନବବଧୁର ଜୀବନ ଦୀପ ସବୁଦିନ ପାଇଁ ଲିଭିଗଲା। ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନ ତରାପି ଗ୍ରାମରେ। ମୃତକ ପୁର୍ଣିମା ତରାଇଙ୍କ ବାପଘର ଘର ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ହରିପୁର ପଞ୍ଚାୟତ ଅଧିନ ପରବଳ ଗ୍ରାମରେ। ଗତ ୨୭/୪/୨୬ରେ ମୃତକ ତରାପି ଗ୍ରାମର ଗୁରୁଚରଣ ତରାଇଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ସବୁ ଠିକଠାକ ଥିବା ବେଳେ ଗତକାଲି ନବବଧୂ ଶାଶୂଘରେ ବେକରେ ରାଶି ଲଗାଇ ଆତ୍ମହତ୍ୟା କରିଥିବା ଶାଶୁ ଘର ଲୋକ କହୁଥିବା ବେଳେ ବାପଘର ଲୋକ ଅଭିଯୋଗ ଆଣିଛନ୍ତି ଝିଅକୁ ହତ୍ୟା କରିଛନ୍ତି ସ୍ୱାମୀର ପରିବାର ଲୋକେ । ଟାଙ୍ଗୀ ପୋଲିସ ସହିତ ଖୋର୍ଦ୍ଧା ରୁ ଆସିଥିବା ସାଇଣ୍ଟିଫିକ ଟିମ ତଦନ୍ତ ଆରମ୍ଭ କରିଛି। ଅନ୍ୟ ପଟେ କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ। ନବବଧୂ ଙ୍କ ଅଭିଯୋଗ ଝିଅକୁ ମାରି ଟଙ୍ଗେଇ ଦେଇଛନ୍ତି। ଏଣୁ ପୋଲିସ ସଠିକ ତଦନ୍ତ କରି ଦୋଷୀକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ଝିଅର ପରିବାର ଓ ଗ୍ରାମବାସୀ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ