ଏବିଭିପି ବଲାଙ୍ଗୀର ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ୧୫୦୦୦ରୁ ଉର୍ଦ୍ଧ୍ୱ ସଦସ୍ୟତା କରିବା ପାଇଁ ଲକ୍ଷ୍ୟ ନେଇଛି - ଆକାଶ କମ୍ପ
ବଲାଙ୍ଗୀର, ୨୪ ମଇ(ହି.ସ.) – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଷ୍ଟ୍ର ପ୍ରଥମ ଭାବନା ରଖି ଏବଂ ଛାତ୍ରଶକ୍ତି ରାଷ୍ଟ୍ରଶକ୍ତି ନାରାରେ ବିଶ୍ୱାସ କରି କାର୍ଯ୍ୟ କରୁଥିବା ବିଶ୍ୱର ସବୁଠାରୁ ବଡ଼ ଛାତ୍ର ସଂଗଠନ। ଏବିଭିପି ୧୯୪୯ ମସିହା ଜୁଲାଇ ୯ ତାରିଖରୁ ଆରମ୍ଭ ହୋଇ ଆଜି ଯାଏଁ ଅନବରତ ରାଷ୍ଟ୍ର ହିତରେ ଏବ
*ଏବିଭିପି ବଲାଙ୍ଗିର ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ୧୫୦୦୦ ରୁ ଉର୍ଦ୍ଧ ସଦସ୍ୟତା କରିବା ପାଇଁ ଲକ୍ଷ୍ୟ ନେଇଛି* :- ଆକାଶ କମ୍ପ


*ଏବିଭିପି ବଲାଙ୍ଗିର ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ୧୫୦୦୦ ରୁ ଉର୍ଦ୍ଧ ସଦସ୍ୟତା କରିବା ପାଇଁ ଲକ୍ଷ୍ୟ ନେଇଛି* :- ଆକାଶ କମ୍ପ


ବଲାଙ୍ଗୀର, ୨୪ ମଇ(ହି.ସ.) – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଷ୍ଟ୍ର ପ୍ରଥମ ଭାବନା ରଖି ଏବଂ ଛାତ୍ରଶକ୍ତି ରାଷ୍ଟ୍ରଶକ୍ତି ନାରାରେ ବିଶ୍ୱାସ କରି କାର୍ଯ୍ୟ କରୁଥିବା ବିଶ୍ୱର ସବୁଠାରୁ ବଡ଼ ଛାତ୍ର ସଂଗଠନ। ଏବିଭିପି ୧୯୪୯ ମସିହା ଜୁଲାଇ ୯ ତାରିଖରୁ ଆରମ୍ଭ ହୋଇ ଆଜି ଯାଏଁ ଅନବରତ ରାଷ୍ଟ୍ର ହିତରେ ଏବଂ ଛାତ୍ର ମାନଙ୍କ ହିତରେ କାମ କରୁଅଛି ଏବିଭିପିର ପ୍ରତିବର୍ଷ ସଦସ୍ୟତା ଅଭିଯାନ ହୋଇଥାଏ ଏବଂ ତାର ସଦସ୍ୟତାରୁ ହିଁ କହିଥାଏ ବିଶ୍ୱର ସବୁଠୁ ବଡ଼ ଛାତ୍ର ସଂଗଠନ। ପ୍ରତିବର୍ଷ ଭଳି ଏହି ଶିକ୍ଷା ବର୍ଷରେ ମଧ୍ୟ ସଦସ୍ୟତା ଅଭିଯାନ ଜୁନ ମାସରୁ ଆରମ୍ଭ ହୋଇଯିବ। ଏପ୍ରିଲ ମାସରେ ୨୫-୨୬ ତାରିଖରେ କୋରାପୁଟ ଠାରେ ହେଇଥିବା ପ୍ରାନ୍ତ ଓ ସମୀକ୍ଷା ଯୋଜନା ବୈଠକରେ ୨୦୨୬-୨୭ ଶିକ୍ଷା ବର୍ଷରେ ଓଡ଼ିଶା ପଶ୍ଚିମ ପ୍ରାନ୍ତରେ ତଥା ଓଡ଼ିଶା ପଶ୍ଚିମର ୧୪ଟି ସାଂଗଠନିକ ଜିଲ୍ଲାରେ ୧ ଲକ୍ଷ ସଦସ୍ୟତା କରିବାର ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ଶିକ୍ଷା ବର୍ଷରେ ଏବିଭିପି ସମ୍ପୂର୍ଣ୍ଣ ଭାବରେ ଛାତ୍ର ସଂସଦ ନିର୍ବାଚନ ଲଢିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି, ଓଡ଼ିଶା ପଶ୍ଚିମ ପ୍ରାନ୍ତ ରେ ୩୩୧ଟି ମହାବିଦ୍ୟାଳୟ ଓ ୭ଟି ବିଶ୍ୱବିଦ୍ୟାଳୟ ଶାଖା ଏବଂ ପ୍ରତି ବ୍ଲକ ମୁଖ୍ୟାଳୟରେ ତଥା ୧୧୮ଟି ସ୍ଥାନରେ ନଗର ଶାଖା ଘୋଷଣା କରିବ, ସେହିପରି ବଲାଙ୍ଗୀର ଜିଲ୍ଲାରେ ୧୪ଟି ନଗର ଶାଖା ଏବଂ ୬୦ଟି କ୍ୟାମ୍ପସ ଶାଖା ଘୋଷଣା ଓ ୧୫୦୦୦ରୁ ଉର୍ଦ୍ଧ୍ୱ ସଦସ୍ୟତା କରିବାର ମଧ୍ୟ ଲକ୍ଷ୍ୟ ରଖିଛି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସହ ସମ୍ପାଦକ ଆକାଶ କମ୍ପ, ବିଭାଗ ସଂଯୋଜକ ମଞ୍ଜିତ କୁମାର କର୍ମି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତୁଲସି ସୁନା ଓ ଏହି ସାମ୍ବାଦିକ ସମ୍ମିଳନୀର ସଂଯୋଜକ ତେଜରାଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande