
ଗଞାମ, ୨୪ ମଇ (ହି.ସ.)- ଆସିକା କଇଁଫୁଲିଆ ଛକକୁ ବିଧାୟକ ସରୋଜ ପାଢ଼ୀଙ୍କ ନାମରେ ପରିବର୍ତ୍ତନ କରାଯାଇଥିବାରୁ ଏହାକୁ ନେଇ ଆସିକା ଅଞ୍ଚଳରେ ଆନ୍ଦୋଳନର ରୂପ ନେବାରେ ଲାଗିଛି। ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ନେତୃତ୍ୱରେ ବହୁ ଲୋକ ଥାନାକୁ ଯାଇ ଘଟଣାର ତଦନ୍ତ ଦାବି କରିବା ସହିତ ନାମ ପରିବର୍ତ୍ତନର ଘୋର ବିରୋଧ କରି ଗଣଅଭିଯୋଗ ଆସିକା ଥାନାରେ କରିଛନ୍ତି। ପରବର୍ତୀ ସମୟରେ ଏହା ଉଗ୍ର ରୂପ ନେବା ଆଶଙ୍କା କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ