ନବରଙ୍ଗପୁର-କୋରାପୁଟ ଜିଲ୍ଲାରେ ୫୦ କୋଟି ହଡ଼ପ ଅଭିଯୋଗ : ଡାକଘର କର୍ମଚାରୀଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ
ଜୟପୁର, ୨୪ ମଇ (ହି.ସ.)- ଡାକ ବିଭାଗ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଛି ବିଜେଡି l ୫୦ କୋଟି ଟଙ୍କା ହଡ଼ପ ହୋଇଛି l ଡାକ ବିଭାଗର ଅଧିକାରୀ, କର୍ମଚାରୀ ଓ ଦଲାଲ ମିଶି ହଡ଼ପ କରିଛନ୍ତି l ବିଜୁ ଜନତା ଦଳର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ରାଜ୍ୟ ଯୁବ ବିଜେଡି ଉପସଭା
ନବରଙ୍ଗପୁର-କୋରାପୁଟ ଜିଲ୍ଲାରେ ୫୦ କୋଟି ହଡ଼ପ ଅଭିଯୋଗ।    ଡାକଘର କର୍ମଚାରୀଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ।


ଜୟପୁର, ୨୪ ମଇ (ହି.ସ.)- ଡାକ ବିଭାଗ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଛି ବିଜେଡି l ୫୦ କୋଟି ଟଙ୍କା ହଡ଼ପ ହୋଇଛି l ଡାକ ବିଭାଗର ଅଧିକାରୀ, କର୍ମଚାରୀ ଓ ଦଲାଲ ମିଶି ହଡ଼ପ କରିଛନ୍ତି l ବିଜୁ ଜନତା ଦଳର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ରାଜ୍ୟ ଯୁବ ବିଜେଡି ଉପସଭାପତି ଅରୁଣ କୁମାର ମିଶ୍ର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ମିଶ୍ର, ସରୋଜ ପାତ୍ର, ଧର୍ମେନ୍ଦ୍ର ଅଧିକାରୀ ପ୍ରମୁଖ ଏକ ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି କି ନବରଙ୍ଗପୁର କୋରାପୁଟ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ମନରେଗା ଯୋଜନାରେ ଗରିବ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ କୋଟି କୋଟି ଟଙ୍କାର ମଜୁରୀ ହଡ଼ପ ହୋଇଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି। ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ଡାକ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ମିଳିତ ହୋଇ ପ୍ରାୟ ୫୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଆଶଙ୍କା କରାଯାଉଛି।

ଅଭିଯୋଗ ଅନୁଯାୟୀ ଡାବୁଗାଁ, ଝରିଗାଁ ଓ କୋଡ଼ିଙ୍ଗା ଡାକଘର ସମେତ ବିଭିନ୍ନ ଅଞ୍ଚଳର ସବ୍ ପୋଷ୍ଟମାଷ୍ଟର ମାନେ ସରକାରୀ ନିୟମକୁ ବେଖାତିର କରି ଏହି ଠକେଇ କରିଛନ୍ତି। ୨୫୦୦୦ ହଜାର ପ୍ରକୃତ ହିତାଧିକାରୀଙ୍କୁ ମଜୁରୀ ନଦେଇ ୮୦୦ ପୋଷ୍ଟ ଅଫିସରେ ବିଗତ ୨୦୨୧ ମସିହା ଠାରୁ ସେମାନଙ୍କ ଆକାଉଣ୍ଟର କେୱାଇସି ପରିବର୍ତ୍ତନ କରିବା ସହ ମିଥ୍ୟା ଅଙ୍ଗୁଠି ଛାପ ବ୍ୟବହାର କରି ପାଣ୍ଠି ଆତ୍ମସାତ୍ କରାଯାଇଛି। ଅବିଭକ୍ତ କୋରାପୁଟ ଜିଲ୍ଲାର କେବଳ ଏହି ତିନୋଟି ବ୍ଲକ ନୁହେଁ, ଅନ୍ୟ ଅନେକ ଡାକଘରେ ମଧ୍ୟ ସମାନ ଧରଣର ଠକେଇ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଉଚ୍ଚ ପଦସ୍ଥ ପୋଷ୍ଟାଲ କର୍ତ୍ତୃପକ୍ଷ ଏହି ଦୁର୍ନୀତି ସମ୍ପର୍କରେ ଅବଗତ ଥାଇ ମଧ୍ୟ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଏହା ଏକ ସୁଚିନ୍ତିତ ସୁଦୀର୍ଘ ଅପରାଧିକ ଜାଲ। ଦୁର୍ବଳ ବର୍ଗର ଲୋକେ ସେମାନଙ୍କ ହକ୍ରୁ ବଞ୍ଚିତ ହେଉଥିବା ବେଳେ ପ୍ରଶାସନର ନିରବତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମାଜସେବୀ ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ଯେ, ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସମ୍ପୃକ୍ତ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ତୁରନ୍ତ ଗିରଫ କରାଯାଉ। ଏହି ପରିପ୍ରେକ୍ଷୀରେ ଏକ ସିବିଆଇ ତଦନ୍ତ ଦାବି କରିଥିଲେ ଏଥିସହିତ ପ୍ରକୃତ ହିତାଧିକାରୀ ମାନଙ୍କୁ ସେମାନଙ୍କର ପ୍ରାପ୍ୟ ମଜୁରୀ ତୁରନ୍ତ ପ୍ରଦାନ କରିବାକୁ ଦାବି ହୋଇଛି। ନଚେତ ପିଏମଜି କାର୍ଯ୍ୟାଳୟ ଘେରାଉ ସହ ନ୍ୟାୟାଳୟ ଆଶ୍ରୟ ନେବ ବୋଲି କହି ତୁରନ୍ତ ଗରିବ ଲୋକଙ୍କ ରାଶି ଫେରାଇ ବାକୁ ଦାବୀ ହୋଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande