
ଝାରସୁଗୁଡା, ୨୪ ମଇ (ହି.ସ.)- କୋଲାବିରା ବ୍ଲକ ଅଧିନସ୍ଥ ପରମାଣପୁର ଗ୍ରାମ ଉପର କିସାନ ପାଦ ରେ ଗୋଟିଏ ମିଟିଂ ଗୃହ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ନିକଟରେ ୫୫୦ ଜାତି କିସାନ ସମାଜ ଆଞ୍ଚଳିକ ଗୁଡ଼ି ପରମାଣପୁର ପକ୍ଷରୁ ଲିଖିତ ଅନୁରୋଧ କରାଯାଇଛି l
ଲିଖିତ ଦାବିପତ୍ର ଅନୁଯାୟୀ, କୁଣହା ଜାତି ସମାଜର ଆଖପାଖ ୮ଟି ଗ୍ରାମକୁ ନେଇ ୫୫୦ ଜାତି କିସାନ ସମାଜ ଆଞ୍ଚଳିକ ଗୁଡ଼ି ପରମାଣପୁର ଉପର କିସାନ ପଡ଼ାରେ କାର୍ଯ୍ୟ କରୁଛି l ଏଠାରେ ବିଭିନ୍ନ ସ୍ଥାନରେ ଜାତି ସମାଜ ର ବୈଠକ, ନ୍ୟାୟ ନିଷ୍ପତି ବୈଠକ ତଥା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବୈଠକ ମାନେ ଆୟୋଜନ ହେଉଛି l ଏଣୁ ଉପର କିସାନ ପଡ଼ା ରେ ଜାତି ସମାଜର ଏକ ମିଟିଂ ଗୃହ ନିର୍ମାଣ କରାଗଲେ କିସାନ ସମାଜର ୮ଟି ଗ୍ରାମବାସୀ ଉପକୃତ ହୋଇପାରିବେ ବୋଲି ଆଞ୍ଚଳିକ ଗୁଡ଼ି ର ସଭାପତି ଅଭିମନ୍ୟୁ କିସାନଙ୍କ ସହ ଅନ୍ୟ ସଦସ୍ୟ ବିଧାୟକଙ୍କୁ ଲିଖିତ ଅନୁରୋଧ ଜଣାଇଛନ୍ତି l ଏହା ଉପରେ ପଦକ୍ଷେପ ନେବେ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ