ଦନ୍ତା ହାତୀର ଗଳିତ ମୃତଦେହ ଠାବ
ଭବାନୀପାଟଣା, ୨୪ ମଇ (ହି.ସ.)- କଳାହାଣ୍ଡି ଜିଲ୍ଲା ଉତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ କମର୍ଦ୍ଧା ଗାଁ ଠାରୁ ପ୍ରାୟ ୧ କି.ମି. ଦୂରରେ ଏକ ଦନ୍ତା ହାତୀର ଗଳିତ ମୃତଦେହ ଠାବ ହେଇଛି । ଆଜି ସକାଳେ ଗ୍ରାମବାସୀ ଏ ସମ୍ପର୍କରେ ଜାଣିବା ପରେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ । ବନ କର୍ମଚାରୀ ମାନେ ଘଟ
ଦନ୍ତା ହାତୀର ଗଳିତ ମୃତଦେହ ଠାବ


ଭବାନୀପାଟଣା, ୨୪ ମଇ (ହି.ସ.)- କଳାହାଣ୍ଡି ଜିଲ୍ଲା ଉତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ କମର୍ଦ୍ଧା ଗାଁ ଠାରୁ ପ୍ରାୟ ୧ କି.ମି. ଦୂରରେ ଏକ ଦନ୍ତା ହାତୀର ଗଳିତ ମୃତଦେହ ଠାବ ହେଇଛି । ଆଜି ସକାଳେ ଗ୍ରାମବାସୀ ଏ ସମ୍ପର୍କରେ ଜାଣିବା ପରେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ । ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚିଛନ୍ତି । ତେବେ କିପରି ହାତୀଟିର ମୃତ୍ୟୁ ଘଟିଛି ତା’ର କାରଣ ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ ।

ସୂଚନାଯୋଗ୍ୟ, ଏହି ଅଂଚଳରେ ହାତୀପଲ ନିୟମିତ ଭାବେ ଯାତାୟାତ କରିଥାନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande