ଭାଜପା କାର୍ଯ୍ୟାଳୟରେ ଶତାଧିକ ଜନତା ପଦ୍ମ ଧରିଲେ
Joining program in BJP office
ଭାଜପା କାର୍ଯ୍ୟାଳୟରେ ଶତାଧିକ ଜନତା ପଦ୍ମ ଧରିଲେ


ଝାରସୁଗୁଡ଼ା, ୨୪ ମେ (ହି.ସ.) - ଝାରସୁଗୁଡା ସହର ବିଟିଏମ ସ୍ଥିତ ଭାଜପା କାର୍ଯ୍ୟାଳୟଠାରେ ରବିବାର ଏକ ଭବ୍ୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଝାରସୁଗୁଡା ପୌର ପରିଷଦର ୧୪, ୧୫ ଏବଂ ୧୬ ନମ୍ବର ୱାର୍ଡ ର ଶତାଧିକ ଜନତା ଆନୁଷ୍ଠାନିକ ଭାବେ ଭାଜପା ରେ ସାମିଲ ହୋଇଛନ୍ତି। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଉପସ୍ଥିତିରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ପୌର ପରିଷଦ ର ୧୪, ୧୫ ଏବଂ ୧୬ ନମ୍ବର ୱାର୍ଡ ର ରୋହିତ ଶ୍ରୀୱାସ, ମଣି ସାହୁ, ସିରଜ ବେଗ, ଈଶ୍ୱର ଭୋଇ, ଆଫତାବ ମିର୍ଜା, ବିକାଶ ନାଗ, ଇଲୁ ଦାସ ଙ୍କ ସହିତ ବହୁ ପ୍ରମୁଖ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶ ହିତକର କାର୍ଯ୍ୟ ଏବଂ ଦୃଢ ନେତୃତ୍ୱ ପ୍ରେରଣା ଦେଇଥିବା ବେଳେ ବିଧାୟକ ତ୍ରିପାଠୀଙ୍କ ନେତୃତ୍ୱ ରେ ହିଁ ଝାରସୁଗୁଡାର ଉନ୍ନତି ସମ୍ଭବ ଏବଂ ତ୍ରିପାଠୀଙ୍କ ଜନହିତକର କାର୍ଯ୍ୟ ଓ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ଭାଜପାରେ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି। ଏହି ମିଶ୍ରଣ ପର୍ବ ସମୟରେ ବିଧାୟକ ତ୍ରିପାଠୀଙ୍କ ସହିତ ନେତାଜୀ ପଟ୍ଟନାୟକ, ପ୍ରେମସେନ ରାୟ, ରାଜେନ୍ଦ୍ର ସା, ମଧୁ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ନୂତନ କର୍ମୀଙ୍କ ଯୋଗଦାନ ଫଳରେ ଝାରସୁଗୁଡା ପୌର ପରିଷଦ ଅଂଚଳରେ ଭାଜପା ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ବିଧାୟକ ଟଙ୍କଧର ତ୍ରିପାଠୀ ଆଶା ପ୍ରକଟ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande