
ଜୟପୁର, ୨୪ ମେ (ହି.ସ.) - ଜୟପୁର ସଦରଥାନା ଅନ୍ତର୍ଗତ ଅନ୍ତା ପଂଚାୟତ ପାଲିଗୁଡା ଗ୍ରାମରେ ଜଣେ ମହିଳାଙ୍କୁ ପିଟି ପିଟି ହତ୍ୟା କରିଥିବା ନେଇ ସଦରଥାନା ଏକ ମାମଲା ରୁଜୁ ହୋଇଛି। ପୁଲିସ ସୂଚନା ଅନୁଯାୟୀ ଇରିଗେସନ କଲୋନୀର ପୂର୍ଣ୍ଣ ମାଝି ଲିଖିତ ଭାବେ ଜଣାଇଛନ୍ତି କି ତାଙ୍କ ଭଉଣୀ କମଳା ମାଝୀ ପାଲିଗୁଡାରେ ବିବାହ କରିଥିଲେ। ଆଜି ଅପରାହ୍ନ ସାଢେ ୨ଟା ସମୟରେ ସେ ଖବର ପାଇଲେ କି ତାଙ୍କ ଭଉଣୀଙ୍କ ମୃତ୍ୟୁ ହୋଇଛି। ତୁରନ୍ତ ସେ ପାଲିଗୁଡା ଯାଇ ଦେଖିବା ବେଳକୁ ଭଉଣୀ କମଳାର ମୃତ୍ୟୁ ହୋଇଯାଇଛି ଏବପ୍ସ ପାଟିରୁ ରକ୍ତ ବାହାରୁଥିବା ଏବଂ ପିଠିରେ ମାଡ ଚିହ୍ନ ଥିବା ଦେଖିବାକୁ ପାଇଲେ। ଯାହାଫଳରେ ସେ ତାଙ୍କ ଜୋଇଁ ତାଙ୍କ ଭଉଣୀକୁ ପିଟି ପିଟି ହତ୍ୟା କରିଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତିକରି ସଦରପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି