
ଭୁବନେଶ୍ୱର, ୨୪ ମଇ (ହି.ସ.)- ଗରମ ରାତି ନେଇ ୨୪ରୁ ୨୬ ତାରିଖ ରାଜ୍ୟର ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।
ଗରମ ରାତି ନେଇ ୨୪, ୨୫ ଓ ୨୬ ତାରିଖ ୨ ଜିଲ୍ଲା (ସମ୍ବଲପୁର,ବଲାଙ୍ଗିର)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ