
ବଲାଙ୍ଗିର, ୨୪ ମଇ (ହି.ସ.)-
ବଲାଙ୍ଗୀରରେ ସ୍ଥାନୀୟ ମିଶନ ପଡ଼ିଆରେ ଗତ ମେ ମାସ ୧୭ ତାରିଖରୁ ଆରମ୍ଭ ହୋଇଥିବା ପାୟୋନିଅର ୧୨ ବର୍ଷରୁ କମ୍ ବୟସର ଜୁନିଅର୍ ଡ୍ୟୁସ ବଲ୍ ଟି ଟ୍ବେଣ୍ଟି କ୍ରିକେଟ୍ ଲିଗ୍ ଆଜି ଉଦଯାପିତ ହୋଇଯାଇଛି। ଏଥିରେ ବଲାଙ୍ଗୀରର ୫ଟି ଦଳ ଅଂଶଗ୍ରହଣ କରିଥିଲେ। ଲିଗ ମ୍ୟାଚ୍ ପରେ ପଏଣ୍ଟ ଓ ଜିତ ହାରକୁ ନେଇ ଆଜି ଦୁଇଟି ଦଳ ମଧ୍ୟରେ ଫାଇନାଲ ଖେଳ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ପାୟୋନିଅର କିଙ୍ଗ, ପାୟୋନିଅର ୱାରିଅର,ପାୟୋନିଅର ଲାୟନ୍ ଓ ସାନଭି କ୍ରିକେଟ୍ ଏକାଡେମୀର ଜୁନିୟର ଟିମ୍, ପାୟୋନିଅର ଚାମ୍ପିୟନ ଦଳ ଅଂଶଗ୍ରହଣ କରିଥିଲେ। ପ୍ରତ୍ୟକ ମ୍ୟାଚରେ କୁନି ଖେଳାଳି ମାନେ ତାଙ୍କର ଖେଳ ପ୍ରତିଭା ବେଶ୍ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣିଥିଲେ। ଯେଉଁଥିରେ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ପାୟୋନିଅର ୱାରିଅର ଏବଂ ପାୟୋନିଅର ଚାମ୍ପିୟନ୍ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ। ଏବଂ ଆଜି ଉଭୟ ଦଳ ମଧ୍ୟରେ ଫାଇନାଲ ମେଚ ଖେଳ ହୋଇଥିଲା। ୨୦ ଓଭର ବିଶିଷ୍ଟ ମ୍ୟାଚରେ ଟସ୍ ଜିତି ପାଇନର ଚାମ୍ପିୟନ୍ ପାୟୋନିଅର ୱାରିଅରକୁ ବ୍ୟାଟିଙ୍ଗ ପାଇଁ ଆମନ୍ତ୍ରିତ କରିଥିଲା। ପାୟୋନିଅର ୱାରିଅର ୧୫୫ ରନ୍ କରିଥିବା ବେଳେ ୧୫୬ ର ବିଜୟ ଲକ୍ଷ୍ୟ ଥିଲା। ପ୍ରତିପକ୍ଷ ଟିମ୍ ପାୟୋନିଅର ଚାମ୍ପିୟନ୍ ବ୍ୟାଟିଙ୍ଗ ଆରମ୍ଭ କରି ୧୮ ଓଭରରେ ଆବଶ୍ୟକ ରନ୍ ୧୫୭ ରନ ସଂଗ୍ରହ କରି ଚାମ୍ପିୟନ୍ ହୋଇଥିଲା। ଦଳ ପକ୍ଷରୁ କପ୍ତାନି ଇନିଙ୍ଗସ ଖେଳି ଅକ୍ଷର ଜେନ ୧୧୭ ରନ କରି ନିଜ ଟିମ୍ କୁ ଜିତାଇ ଥିଲେ। । ଏବଂ ସେ ମ୍ୟାନ ଅଫ ଦି ମ୍ୟାଚ ସହ ମ୍ୟାନ ଅଫ ଦି ସିରିଜ୍ ବିବେଚିତ ହୋଇଥିଲେ।
ଶିଶୁ ଖେଳାଳିଙ୍କ କ୍ରିକେଟ ଖେଳ ପ୍ରତିଭାକୁ ସୁଯୋଗ ଦେବା ଏହି ଟୁର୍ଣ୍ଣାମେଣ୍ଟର ଉଦ୍ଦେଶ୍ୟ ଥିଲା। ଯେଉଁଥିରେ ସବୁ ଦଳର କୁନି ଖେଳାଳିମାନେ ତାଙ୍କ ପ୍ରତିଭା ପ୍ରଦର୍ଶିତ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ତିନୋଟି ଶତକ, ୧୦ଟି ଅର୍ଦ୍ଧଶତକ ବ୍ୟକ୍ତିଗତ ପାରି ଖେଳି କୁନି ଖେଳାଳୀ ତାଙ୍କର ବ୍ୟାଟିଂ ଦକ୍ଷତା ଦେଖାଇ ଥିଲେ। ସେହିପରି ବୋଲିଙ୍ଗର ମଧ୍ୟ କିଛି ବଳର ଉତ୍କୃଷ୍ଟ ବୋଲିଙ୍ଗ ପ୍ରଦର୍ଶନ କରିଥିଲେ। ଯେଉଁଥିରେ ବୋଲର ପୁରବ ନାୟକ ୪ ଓଭର ସ୍ପେଲରେ ୫ଟି ୱିକେଟ ନେଇ ଶ୍ରେଷ୍ଠ ବୋଲର ବିବେଚିତ ହୋଇଥିଲେ। ସେହିପରି
ଶ୍ରେଷ୍ଠ କିପର ଭାବରେ ତାନିଶ, ଶ୍ରେଷ୍ଠ ଫିଲ୍ଡର ରୋଶନ, ଶ୍ରେଷ୍ଠ ଉଦିୟମାନ ଖେଳାଳି ଭାବରେ ଆକାଶ, ଆଦର୍ଶ ଶୃଙ୍ଖଳିତ ଖେଳାଳି ଭାବରେ ଶ୍ରେୟଂଶ ଓ ଆୟାଂଶ, ଶୃଙ୍ଖଳିତ ଦଳ ଭାବରେ ପାୟୋନୀୟର କିଙ୍ଗ, ଭଲ ଆମ୍ପାୟରିଂ ପାଇଁ ଶିବରାଜ ପଣ୍ଡା ଓ ପ୍ରତୀକ ଘିବାଲା ପୁରସ୍କୃତ ହୋଇଥିଲେ।
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲୀକା ସାହୁ, ସମ୍ମାନିତ ଅତିଥି ଜିଲ୍ଲା ପୁରୁଷ କ୍ରିକେଟ କୋଚ ଓ ସିଲେକ୍ଟର ସୂର୍ଯ୍ୟ ନାରାୟଣ ମିଶ୍ର, ସମ୍ମାନିତ ଅତିଥି ଜିଲ୍ଲା କ୍ରୀଡ଼ା ସଂସଦ ବରିଷ୍ଠ ସଦସ୍ୟ ହରିବନ୍ଧୁ ପାଣି ଓ ପାୟୋନିୟର କ୍ରିକେଟ ଏକାଡେମୀର ଅଧ୍ୟକ୍ଷ ସୁଶାନ୍ତ କୁମାର ଠାକୁର ଉପସ୍ଥିତ ଥିଲେ। ସାମ୍ବାଦିକ ତଥା ଶେଖ୍ ମହମ୍ମଦ ୱାହିଦ ସଭାକାର୍ଯ୍ୟ ପରିଚାଳନା କରିଥିଲେ।
ସେହିପରି ପୂର୍ବତନ ବରିଷ୍ଠ କ୍ରିକେଟ ଖେଳାଳି ସୁଦର୍ଶନ ବାଗ, ପୂର୍ବତନ ବରିଷ୍ଠ ଖେଳାଳି ମେହେତାବ ଖାନ୍, ଯୁବ ଖେଳାଳୀ ଆର୍ୟନ ଠାକୁର, ଆୟୁଷ ଠାକୁର, ଆନିଶ ବାରିକ,bରଜତ ଭାଟି, କେନିଲତ୍ ପାଲ୍ ନାଗ, ଆର୍ୟନ ବାରିକ, ପ୍ରତୀକ ଘିବେଲା, ମନ୍ମଥ, ମହିଳା ଖେଳାଳିଙ୍କ ମଧ୍ୟରେ ଦିୟା, ଶ୍ରେୟା ପ୍ରମୁଖ ସହଯୋଗ କରିଥିଲେ। ସେହିପରି ଖେଳାଳି ଆଲୋକ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ