ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ : ପିଇବା ପାଣି, ବିଜୁଳି କାଟରେ ଡହଳ ବିକଳ ବଲାଙ୍ଗିରବାସୀ; ଭୋଟ ନେଇ ଲୋକଙ୍କ ଅଭିଯୋଗ ଶୁଣୁ ନାହାନ୍ତି ବିଧାୟକ ଓ ମନ୍ତ୍ରୀ- ନରସିଂହ
ବଲାଙ୍ଗିର, ୨୪ ମଇ (ହି.ସ.)- ୨୦୧୪ ରୁ ୨୦୨୩ ପର୍ଯ୍ୟନ୍ତ ବଲାଙ୍ଗିର ବାସୀଙ୍କ ପାଇଁ ପିଇବା ପାଣି ଓ ଲୋ ଭୋଲଟେଜ୍ ଓ ବିଦ୍ୟୁତ କାଟ ସମସ୍ୟାକୁ ପ୍ରାୟତଃ ସମାଧାନ କରାଯାଇଥିଲା । ସମସ୍ତ ଟ୍ରାନ୍ସଫର୍ମରକୁ ଅପଗ୍ରେଡେସନ କରାଯାଇଥିଲା । ପ୍ରତ୍ୟେକ ୱାର୍ଡରେ ପିଇବା ପାଣି ପାଇପ ହେଉ କି ଟେଙ୍କର ଯୋଗେ ପହଂଚା
ନରସିଂହ ଙ୍କ ସାମ୍ବାଦିକ ସମ୍ମିଳନୀ ପିଇବା ପାଣି, ବିଜୁଳି କାଟରେ ଡହଳ ବିକଳ ବଲାଙ୍ଗିରବାସୀ ଭୋଟ ନେଇ ଲୋକଙ୍କ ଅଭିଯୋଗ ଶୁଣୁ ନାହାନ୍ତି ବିଧାୟକ ଓ ମନ୍ତ୍ରୀ- ନରସିଂହ ପ୍ରଚଣ୍ଡ ଗ୍ରୀଷ୍ମରେ ସହରର ସମସ୍ତ ବନ୍ଧକଟାରୁ ପାଣି କାଟିଦେବା ଦୁଃଖଦାୟକ ନିର୍ବାଚନର ଦୁଇବର୍ଷ ପରେ ମଧ୍ୟ ଭୂମିହୀନଙ୍କୁ ଜମି ଓ ଘର ମିଳୁନାହିଁ କାହିଁକି


ନରସିଂହ ଙ୍କ ସାମ୍ବାଦିକ ସମ୍ମିଳନୀ ପିଇବା ପାଣି, ବିଜୁଳି କାଟରେ ଡହଳ ବିକଳ ବଲାଙ୍ଗିରବାସୀ ଭୋଟ ନେଇ ଲୋକଙ୍କ ଅଭିଯୋଗ ଶୁଣୁ ନାହାନ୍ତି ବିଧାୟକ ଓ ମନ୍ତ୍ରୀ- ନରସିଂହ ପ୍ରଚଣ୍ଡ ଗ୍ରୀଷ୍ମରେ ସହରର ସମସ୍ତ ବନ୍ଧକଟାରୁ ପାଣି କାଟିଦେବା ଦୁଃଖଦାୟକ ନିର୍ବାଚନର ଦୁଇବର୍ଷ ପରେ ମଧ୍ୟ ଭୂମିହୀନଙ୍କୁ ଜମି ଓ ଘର ମିଳୁନାହିଁ କାହିଁକି


ନରସିଂହ ଙ୍କ ସାମ୍ବାଦିକ ସମ୍ମିଳନୀ ପିଇବା ପାଣି, ବିଜୁଳି କାଟରେ ଡହଳ ବିକଳ ବଲାଙ୍ଗିରବାସୀ ଭୋଟ ନେଇ ଲୋକଙ୍କ ଅଭିଯୋଗ ଶୁଣୁ ନାହାନ୍ତି ବିଧାୟକ ଓ ମନ୍ତ୍ରୀ- ନରସିଂହ ପ୍ରଚଣ୍ଡ ଗ୍ରୀଷ୍ମରେ ସହରର ସମସ୍ତ ବନ୍ଧକଟାରୁ ପାଣି କାଟିଦେବା ଦୁଃଖଦାୟକ ନିର୍ବାଚନର ଦୁଇବର୍ଷ ପରେ ମଧ୍ୟ ଭୂମିହୀନଙ୍କୁ ଜମି ଓ ଘର ମିଳୁନାହିଁ କାହିଁକି


ବଲାଙ୍ଗିର, ୨୪ ମଇ (ହି.ସ.)- ୨୦୧୪ ରୁ ୨୦୨୩ ପର୍ଯ୍ୟନ୍ତ ବଲାଙ୍ଗିର ବାସୀଙ୍କ ପାଇଁ ପିଇବା ପାଣି ଓ ଲୋ ଭୋଲଟେଜ୍ ଓ ବିଦ୍ୟୁତ କାଟ ସମସ୍ୟାକୁ ପ୍ରାୟତଃ ସମାଧାନ କରାଯାଇଥିଲା । ସମସ୍ତ ଟ୍ରାନ୍ସଫର୍ମରକୁ ଅପଗ୍ରେଡେସନ କରାଯାଇଥିଲା । ପ୍ରତ୍ୟେକ ୱାର୍ଡରେ ପିଇବା ପାଣି ପାଇପ ହେଉ କି ଟେଙ୍କର ଯୋଗେ ପହଂଚା ଯାଇଥିଲା କିନ୍ତୁ ଆଜି କ'ଣ ପାଇଁ କେବଳ ସହର ନୁହେଁ ଗାଁ ଗାଁ ରେ ମଧ୍ୟ ପିଇବା ପାଣି, ବିଜୁଳିକୁ ନେଇ ଲୋକେ ଡହଳବିକଳ ହେଉଛନ୍ତି । ବଲାଙ୍ଗିରବାସୀ ବିଶ୍ୱାସ କରି ଭୋଟ ଦେଲେ ବର୍ତ୍ତମାନ ସେମାନେ ବିଧାୟକ, ମନ୍ତ୍ରୀ ହୋଇ ଲୋକଙ୍କ ମୌଳିକ ସମସ୍ୟା ସମାଧାନ କରିବାକୁ ପଛଘୁଞ୍ଚା ଦେଉଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମରେ ଲୋକେ ବିଜୁଳି କାଟ, ପାଣି ପାଇଁ ଘୋର ଦୁର୍ଦ୍ଦଶାରେ ଥିବାବେଳେ ଏହି ଜନପ୍ରତିନିଧିମାନେ କିନ୍ତୁ ବଲାଙ୍ଗିରବାସୀଙ୍କ ଅଭିଯୋଗ ଶୁଣିବାକୁ ମଧ୍ୟ ସମୟ ନ ଦେଇ ରାଜଧାନୀ ଭୁବନେଶ୍ୱର କିମ୍ବା ରାଜ୍ୟ ବାହାରେ ଅୟସ କରୁଛନ୍ତି ବୋଲି ଆଜି ସ୍ଥାନୀୟ ଏକ ଘରୋଇ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଅତି କ୍ଷୋଭର ସହ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବନ୍ଧକଟାର ଉନ୍ନତି ପାଇଁ ନଗର କଂଗ୍ରେସ ତରଫରୁ ବାରମ୍ବାର ଆନ୍ଦୋଳନ କରାଯାଇଥିଲା କିନ୍ତୁ ଏକ ସମୟରେ ଉନ୍ନତିକରଣ ନାଁ ରେ ସମସ୍ତ ବନ୍ଧକଟାର ପାଣି ସୁଖେଇ ଦେବାରୁ ବର୍ତ୍ତମାନ ସହରର ଭୂତଳ ଜଳସ୍ତର ବହୁତ ନିମ୍ନକୁ ଚାଲିଯାଇଛି । ଗାଁ ଗଣ୍ଡାରୁ ଆସୁଥିବା ଲୋକେ ସହରରେ ପିଇବା ପାଣି ପାଇବାର ଦୂରର କଥା ଶୌଚ କି ଗାଧୋଇବା ପାଣି ସେମାନଙ୍କ ପାଇଁ ସ୍ୱପ୍ନ ହୋଇଯାଇଛି । ୨୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଅନୁଦାନ ଆସିଥିବା ମହାରାଣୀ ସାଗର ସୌନ୍ଦର୍ଯ୍ୟକରଣ ଦୁର୍ନିତିରେ ପୌର ପରିଷଦ ସମ୍ପୁର୍ଣ୍ଣ ବୁଡି ରହିଛି । ଅଣ କୁଶଳି ୧୦୦ ରୁ ଉର୍ଦ୍ଧ୍ୱ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କ ନାମରେ ଜଣେ ମାତ୍ର ଠିକାଦାର କାମ କରି ବହୁ କୋଟି ଟଙ୍କାର ଦୁର୍ନିତି କରି ଐତିହ୍ୟ ସମ୍ପନ୍ନ ମହାରାଣୀ ସାଗରର ସୁନ୍ଦରତାକୁ ସମ୍ପୁର୍ଣ୍ଣ ଧ୍ୱଂସ କରିଦେଇଛନ୍ତି । ପୁଣି ବର୍ତ୍ତମାନ ସହରର ସବୁ ବନ୍ଧକଟାର ମାଟି ଉତ୍ତୋଳନ କାମ ଏତେ ଧିମାରେ ଚାଲିଛି ଯେ ଏଥିରେ ମଧ୍ୟ ଯଦି ଗୋଟିଏ ଦୁଇଟା ବର୍ଷା ହୋଇଯାଏ ତେବେ ଅସମ୍ପୁର୍ଣ୍ଣ କାମକୁ ସମ୍ପୁର୍ଣ୍ଣ ଦେଖାଇ ସମ୍ପୁର୍ଣ୍ଣ ଅନୁଦାନ ରାଶିକୁ ଆତ୍ମସାତ କରିଦେବେ । ତେଣୁ ପ୍ରଶାସନ ଏବଂ ସରକାରଙ୍କୁ ଆମର ଅନୁରୋଧ ଏ ଦିଗରେ ଶିଘ୍ର ପଦକ୍ଷେପ ନିଅନ୍ତୁ ନଚେତ ଏହି ବନ୍ଧକଟାରେ ମଧ୍ୟ ବଡଧରଣର ଦୁର୍ନିତି ହେବ । ନିର୍ବାଚନ ଜିତିଯିବା ପରେ ବିଧାୟକ ମନ୍ତ୍ରୀମାନେ ଲୋକଙ୍କ ଅଭିଯୋଗ ଶୁଣୁ ନାହାନ୍ତି ତେଣୁ ସେମାନେ ମଧ୍ୟ ଦୁର୍ନିତିରେ ଲିପ୍ତ ବୋଲି ଚାଲିଆଡେ ଲୋକେ ଚର୍ଚ୍ଚା କଲେଣି । ଏମାନଙ୍କ ଦୁର୍ନିତି ଏତେ ଚରମସୀମାରେ ପହଂଚି ଯେ, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ଯୋଗାଇ ଦେବାକୁ ମଧ୍ୟ ପିସି ଦାବି କରୁଛନ୍ତି । ଜିଲ୍ଲାରୁ ଶକ୍ତି ମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଥାଇ ଉଭୟ କାହିଁକି ବିଜୁଳି କାଟ ଓ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିବାରେ ବିଫଳ ହେଉଛନ୍ତି ବୋଲି ଶ୍ରୀ ମିଶ୍ର କ୍ଷୋଭର ସହ କହିଥିଲେ । ଜିଲ୍ଲାର ପୁର୍ତ୍ତ, ଗ୍ରାମ୍ୟ ଉନ୍ନୟନ ହେଉ କି ବ୍ଲକ ସବୁ ଜାଗାରେ ନେତାମାନେ ପିସି ପାଇଁ ହାଉଁ ହାଉଁ ହେଉଥିବାରୁ ବିଭିନ୍ନ ପ୍ରକଳ୍ପ କାମରେ ବଡ ଦୁର୍ନିତି ହୋଇଥିବାର ଅଭିଯୋଗ ଚାରିଆଡେ ଆସୁଛି । ସଦାଇପାଲି ଏକ କାମରେ ବଲାଙ୍ଗିର ବ୍ଲକ ପ୍ରଶାସନ କାର୍ଯ୍ୟାଦେଶ ଦେବା ସତ୍ତ୍ୱେ ସେହି ନିର୍ଦ୍ଦିଷ୍ଟ ଅନୁଦାନକୁ ସମ୍ପୁର୍ଣ୍ଣ ଖାଇଯାଇଛନ୍ତି । ଆରଟିଆଇ ତଥ୍ୟ ଅନୁସାରେ, ବ୍ଲକ ରେ କାର୍ଯ୍ୟାଦେଶ ଅଛି କିନ୍ତୁ ଫାଇଲ ଚୋରି ହୋଇଯାଇଛି । ଦୁଃଖର କଥା, ବ୍ଲକ ପ୍ରଶାସନ କିନ୍ତୁ ଫାଇଲ ଚୋରି ହୋଇଛି ବୋଲି ପୋଲିସରେ କୌଣସି ଅଭିଯୋଗ କରିନାହାନ୍ତି । ଆଗାମୀ ଦିନରେ ନିଶ୍ଚିତ ଭାବରେ ଏହାକୁ ନେଇ ଆଇନର ସହାୟତା ନିଆଯିବ ବୋଲି କାର୍ଯ୍ୟାଦେଶ ପାଇଥିବା ବ୍ୟକ୍ତି ସୂଚନା ଦେଇଛନ୍ତି ବୋଲି ଶ୍ରୀ ମିଶ୍ର କହିଥିଲେ । ନେତାମାନେ ନିର୍ବାଚନ ଜିତିବାର ଦୁଇ ବର୍ଷ ବିତି ଯାଇଥିଲେ ଆପତ୍ତିଜନକ ସ୍ଥାନରେ ଯଥା ଲକ୍ଷ୍ମୀଯୋର ହେଉ କି ଇନ୍ଦିରା ନଗର, ମହାରାଣୀ ସାଗର ହେଉ, ଭୂମିହୀନଙ୍କୁ ଥଇଥାନ ପାଇଁ ବିନା ମୂଲ୍ୟରେ ଜମି ଓ ଘର କାହିଁକି ଦିଆଯିବାର ବନ୍ଦୋବସ୍ତ ଆଜି ପର୍ଯ୍ୟନ୍ତ କରିପାରିଲେ ନାହିଁ ବୋଲି ଶ୍ରୀ ମିଶ୍ର କ୍ଷୋଭର ସହ ପ୍ରଶ୍ନ କରିଥିଲେ ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ନୂଆ ନିଯୁକ୍ତି ପାଇଥିବା ଜିଲ୍ଲା ମହିଳା କଂଗ୍ରେସ ସଭାପତି ଜୟନ୍ତି ପୁଟେଲ ନାରୀ ନିର୍ଯ୍ୟାତନା ରୋକିବାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସମ୍ପୁର୍ଣ୍ଣ ଫେଲ ହୋଇଛନ୍ତି । ଦରଦାମ ନିୟନ୍ତ୍ରଣରେ ଏହି ସରକାର ଏତେ ଫେଲ ମାରିଛି ଯେ ବର୍ତ୍ତମାନ ମା ଭଉଣୀମାନେ ଘର ଚଳାଇବାରେ ଘୋର ଆର୍ଥିକ ଅନାଟନର ସମ୍ମୁଖିନ ହେଉଛନ୍ତି । ଏ ସମସ୍ୟାର ସମାଧାନ ପ୍ରତି ସରକାର ତୁରନ୍ତ ପଦକ୍ଷେପ ନ ନେଲେ ଆମେ ଘରକୁ ଘର ବୁଲି ସରକାର ବିରୁଦ୍ଧରେ ଯୁଦ୍ଧମ୍ ଦେହି ଡାକରା ଦେବୁ ବୋଲି କହିଥିଲେ ।

ମଂଚାସିନ ଥିବା ଦେଓଗାଁ ବ୍ଲକ ମହିଳା କଂଗ୍ରେସ ସଭାପତି ତଥା ବ୍ଲକ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ ଗାଁରେ ଇନ୍ଦିରା ଆବାସ, ବାର୍ଦ୍ଧକ୍ୟ ଭତ୍ତା, ସୁଭଦ୍ରା ଯୋଜନା ନାଁ ରେ ଲୋକଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ପୁର୍ଣ୍ଣ ଭୁଆଁ ବୁଲାଇଛନ୍ତି ବୋଲି କହିଥିଲେ । ଏହା ବିରୁଦ୍ଧରେ ବହୁ ଶିଘ୍ର ଗାଁ ରୁ ସହର ପର୍ଯ୍ୟନ୍ତ ମା ମାନଙ୍କ ସହ ସାଧାରଣ ଜନତା ରାଜରାସ୍ତାରେ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି କହିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande