ରାଜସ୍ବ ମନ୍ତ୍ରୀଙ୍କ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ
ଝାରସୁଗୁଡା, ୨୪ ମଇ (ହି.ସ.)- ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦ୍ବାରା ବେଲପାହାଡ଼ ସହରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭଉଦ୍ଘାଟନ ଓ ଶିଳାନ୍ୟାସ ସହ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜସ୍ବ ମନ୍ତ୍ରୀ ପୂଜାରୀ ବି
ରାଜସ୍ବ ମନ୍ତ୍ରୀଙ୍କ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ


ଝାରସୁଗୁଡା, ୨୪ ମଇ (ହି.ସ.)- ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦ୍ବାରା ବେଲପାହାଡ଼ ସହରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭଉଦ୍ଘାଟନ ଓ ଶିଳାନ୍ୟାସ ସହ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜସ୍ବ ମନ୍ତ୍ରୀ ପୂଜାରୀ ବିଭିନ୍ନ ପ୍ରକଳ୍ପ ମଧ୍ୟରୁ ବିଶେଷ ଭାବେ ବେଲପାହାଡ଼ ଗୁମାଡେରାଠାରେ ବର୍ଷୀୟାନ ନାଗରିକ ସଂଗଠନ ପାଇଁ ଟିଆର୍ଏଲ୍ କ୍ରୋସାକି କମ୍ପାନୀ ପକ୍ଷରୁ ସିଏସ୍ଆର୍ ପାଣ୍ଠି ଅଧୀନରେ ମୋଟ ୧୨.୮୫ ଲକ୍ଷ ବ୍ୟୟ ଅଟକଳ ରାଶିରେ ଏକ ନବ ନିର୍ମିତ କ୍ଲବ ଗୃହର ଶୁଭ ଉଦ୍ଘାଟନ କରିଛନ୍ତି। ଏଥ୍ସହ ଗୁମାଡେରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟିଆଏଲ କ୍ରୋସାକି କମ୍ପାନୀ ପକ୍ଷରୁ ସିଏସ୍ଆର ପାଣ୍ଠି ଅଧୀନରେ ପ୍ରାୟ ୮୮.୪୬ ଲକ୍ଷ ବ୍ୟୟ ଅଟକଳ ରାଶିରେ ନବନିର୍ମିତ ଶ୍ରେଣୀ କୋଠାର ଶୁଭ ଉଦ୍ଘାଟନ କରିଛନ୍ତି। ଏହା ପରେ ବେଲପାହାଡ଼ ସ୍ଥିତ ଟିଆର୍ଏଲ୍ କ୍ରୋସାକିର

ଜୁବୁଲି ହଲଠାରେ ବେଲପାହାଡ଼ ପୌର ପରିଷଦ ପକ୍ଷରୁ ଅନୁଷ୍ଠିତକାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ପୂଜାରୀ ବିକଶିତ ବେଲପାହାଡ଼ ପୌର ପରିଷଦରେ ୨୬ ଗୋଟି ପ୍ରକଳ୍ପର ଶିଳାନ୍ୟାସ ଓ ୧୦୩ ଗୋଟି ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି। ସେଠାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଅଞ୍ଚଳବାସୀଙ୍କ ମୋଟ ୩୨ ଗୋଟି ଅଭିଯୋଗ ଉପରେ ରାଜସ୍ବ ମନ୍ତ୍ରୀ ଶୁଣାଣି କରିଥିଲେ। ଅଭିଯୋଗ ମଧ୍ୟରୁ ୧୩ ସାମୂହିକ ଓ ୧୯ ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ଅଭିଯୋଗ ଉପରେ ବିଚାର କରି ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜସ୍ବ ମନ୍ତ୍ରୀଙ୍କ ଏହି ବେଲପାହାଡ଼ ଗସ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରେ ବେଲପାହାଡ଼ ପୌର ନଗ ଗରପାଳ ନିମାଇଁ ଚରଣ ପଣ୍ଡା, ଉପାଧ୍ଯକ୍ଷା ଡ ରୀନା ସୁନା, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲା ପରିଷଦ ନିର୍ବାହୀ ଅଧିକାରୀ ବିଶ୍ବ ରଞ୍ଜନ ନାୟକ, ଲଖନପୁର ତହସିଲଦାର ପ୍ରସନ୍ନ ପଟେଲ, ପୌର ନିର୍ବାହୀ ଅଧିକାରୀ ଗୌରବ ପ୍ରଧାନ, ଲଖନପୁର ବିଇଓ ରାଜେନ୍ଦ୍ର ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande