


କନ୍ଧମାଳ, ୨୪ ମଇ(ହି.ସ.) – ଫୁଲବାଣୀ ସ୍ଥିତ ଇନଡୋର ଷ୍ଟାଡିୟମ୍ରେ ୟୋନେକ୍ସ ସନରାଇଜ୍ ଓସବା ରାଜ୍ୟସ୍ତରୀୟ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ ଗତ ୨୨ ତାରିଖ ରେ ଉଦ୍ଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଂଟରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ତାଙ୍କ ସହିତ କନ୍ଧମାଳ ଜିଲ୍ଲା ବ୍ୟାଡମିନଂଟନ ଆସୋସିଏସନର ସଭାପତି ତଥା ପୁର୍ବତନ ଖେଳାଳି ଶ୍ରୀ ଅଶୋକ କୁମାର ପଟ୍ଟନାୟକ କାର୍ଯ୍ୟକାରୀ ସଭାପତି ଶ୍ରୀ ଦେବେନ୍ଦ୍ର ପାତ୍ର, ସମ୍ପାଦକ ତଥା ପୁର୍ବତନ ଜାତୀୟ ସ୍ତରର ଖେଳାଳି ଶ୍ରୀ ଦୀପକ କୁମାର ମହାନ୍ତି, ଟୁର୍ଣ୍ଣାମେଂଟ ଅବଜର୍ବର ପ୍ରଦୀପ ପଟ୍ଟନାୟକ, ଟୁର୍ଣ୍ଣାମେଂଟ କୋଡିନେଟର ଶ୍ରୀ ପ୍ରଶାନ୍ତ କୁମାର ବେହେରା, ମୁଖ୍ୟ ରେଫରୀ ସ୍ୱାଧିନ ମିଶ୍ର, ଟିଓ ଅବଜର୍ବଭ ଶ୍ରୀ ସମୀର ସାହୁ ପ୍ରମୁଖ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ତିନି ଦିନିଆ ଟୁର୍ଣ୍ଣାମେଂଟରେ ୧୪ ଜଣ ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ସମେତ ୯୦ ଜଣ ପୁରୁଷ ଖେଳାଳି ଭାଗ ନେଇଥିଲେ। ଆଜି ଶେଷ ଦିବସର ଉଦଯାପନୀ ଉତ୍ସବରେ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ହରିଶ୍ ବିସି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ସିଙ୍ଗଲ୍ସ, ଡବଲ୍ସ ଏବଂ ମିକ୍ସ ଡବଲ୍ସ ଖେଳର ଚମ୍ପିଆନ୍ନ ଓ ରନର୍ସ ମାନଙ୍କୁ ଟ୍ରଫି ଓ ପ୍ରାଇଜ୍ ମନି ପ୍ରଦାନ କରିଥିଲେ। ଏଥିରେ ମହିଳା ବର୍ଗରେ ନିମିଷକ ନାୟକ ଚମ୍ପିଆନ୍ ହୋଇଥବାବେଳେ ସ୍ୱାତୀ ନାୟକ ରନର୍ସଅପ୍ ହୋଇ ଥିଲେ। ସେହିପରି ପୁରୁଷ ବର୍ଗରେ ତୋସିଫ ଖାନ୍ ଚମ୍ପିଆନ୍ ଏବଂ ଆରୟା ମାଝି ରନର୍ସଅପ୍ ହୋଇଥିଲେ। ସେହିପରି ପୁରୁଷ ଡବଲ୍ସରେ କାଲାଗା ଜଗଦୀଶ ଓ ଚନ୍ଦ୍ରକୁମାରଙ୍କ ଜୋଡି ଏବଂ ପାରସ୍ ମାଥୁର ଓ ତାଙ୍କର ପାର୍ଟନର ଅନିର୍ବାଣ ମଣ୍ଡଳ ମଧ୍ୟରେ ଫାଇନାଲ୍ ରେ କାଲାଗା ଜଗଦୀଶ୍ଙ୍କ ଜୋଡି ଚମ୍ପିଆନ୍ ହୋଇଥିଲେ। ଏଥିରେ ଡବଲ୍ସ, ସିଙ୍ଗଲ୍ସ, ଚମ୍ପିଆନ୍କୁ ୬ ହଜାର ଏବଂ ରନର୍ସ ଦଳକୁ ୪ ହଜାର ଟଙ୍କାର ଅର୍ଥ ରାଶି ପୁରସ୍କାର ପ୍ରଦାନ କରାଯାଇଥିଲା। ମିକ୍ସ ଡବଲ୍ସର ଚମ୍ପିଆନ୍ଙ୍କୁ ୮ ହଜାର ଏବଂ ରନରସଅପ୍ଙ୍କୁ ୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏହି ତିନି ଦିନିଆ ଟୁର୍ଣ୍ଣାମେଂଟରେ ବଂଟି ଦଲାଲ୍, ପ୍ରସାଦ ସୋନୁ, ମହେଶ କୁମାର ସୁବୁଦ୍ଧି, ସ୍ନେହାଶିଷ୍ ହୋତା, ପ୍ରଶାନ୍ତ ମହାନ୍ତି, ରାଜୀବ ସ୍ୱାଇଁ, ବିଶ୍ୱଜିତ୍ ସାହୁ, ଜଗନ୍ନାଥ ରାଜୁ ପ୍ରମୁଖ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ