ରେଳ କର୍ତୃପକ୍ଷ ଯାଗା ଛାଡ଼ିବା ପରେ ସୁଧୁରିଲା ଡ୍ରେନ୍ ସମସ୍ୟା
ରେଳ କର୍ତ୍ତୁପକ୍ଷ ଯାଗା ଛାଡ଼ିବା ପରେ ସୁଧୁରିଲା ଡ୍ରେନ୍ ସମସ୍ଯା

ସମ୍ବଲପୁର,୨୪, ମେ (ହି.ସ.) - ଆଜି ଠାକୁରପଡା ରୋଡ୍ ସ୍ଥିତ ଶିବ ମନ୍ଦିର ନିକଟରେ ପ୍ରାୟ ୨୦୦ ମିଟର ଲମ୍ବ ରେଳ ବିଭାଗର ପାଚେରୀ ଭଙ୍ଗା କାର୍ଯ୍ୟ ସଫଳତାର ସହିତ ସମ୍ପର୍ଣ୍ଣ ହୋଇଛି। ପ୍ରତିବର୍ଷ ଶିବ ମନ୍ଦିର, ଷ୍ଟେସନପଡା ଓ ରେଳନଗର ଅଂଚଳରେ ଜଳବନ୍ଦୀ ସମସ୍ୟା ଦେଖା ଦେଉଥିଲା। ଅଙ୍କା ବଙ୍କା ଡ୍ରେନ ନିର୍ମାଣକୁ ଡ୍ରେନ୍ ଭିତରେ ପାନୀୟ ଜଳ ପାଇପ ଲାଇନ ତଥା ଅନ୍ୟାନ୍ୟ କେବଲ ଯୋଗୁଁ କଲଭର୍ଟ ଗୁଡିକ ଅବରୋଧ ହୋଇ ଆସୁଥିଲା । ଏପରିକି ଡ୍ରେନ ଗୁଡିକର ନିୟମିତ ବ୍ୟବଧାନରେ ସଫେଇ କାର୍ଯ୍ୟ କରିବା ମଧ୍ୟ ଅତ୍ୟନ୍ତ କଷ୍ଟସାଧ୍ୟ ହେଉଥିଲା।

ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗତ ବର୍ଷ ଏସଏମସି ଏନଫୋର୍ସମେଂଟ ଟିମ୍, ସାନିଟେସନ ଟିମ୍ ଏବଂ ରେଲୱେ କର୍ତୃପକ୍ଷଙ୍କ ପକ୍ଷରୁ ମିଳିତ ଭାବେ ସମସ୍ୟାର ନିରୀକ୍ଷଣ କରାଯାଇଥିଲା। ନୀରିକ୍ଷଣ ସମୟରେ ଦେଖାଯାଇଥିଲା ଯେ ଡ୍ରେନଟି ରେଳବାଇ ଅଧିକୃତ ଜମି ପରିସର ଭିତରେ ଓ ପାଚେରୀ ଦ୍ୱାରା ଆବଦ୍ଧ ଥିବାରୁ ଏସଏମସି ପକ୍ଷରୁ ଡ୍ରେନ ସଫା କରିବା ସମ୍ଭବପର ହେଉନଥିଲା । ତେଣୁ ରେଳବାଇ କର୍ତୃପକ୍ଷଙ୍କୁ ନିଜ ଜମିରୁ ପାଚେରୀକୁ ପ୍ରାୟ ୮ ରୁ ୧୦ ଫୁଟ୍ ଭିତରକୁ ସ୍ଥାନାନ୍ତର କରି ନୂତନ ପାଚେରୀ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଡିଭିଜିନାଲ ରେଳ ମଣ୍ଡଳ ଅଧିକାରୀ ଏହି ସମସ୍ୟାର ଗୁରୁତ୍ୱ ଉପଲବଧି କରି ବିଭାଗୀୟ ସିଭିଲ୍ ଟିମ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ପରବର୍ତୀ ସମୟରେ ଦ୍ରୁତଗତିରେ ଏହି ବିକଳ୍ପ ପାଚେରୀ ପ୍ରାୟ ଏକ ବର୍ଷ ମଧ୍ୟରେ ରେଳ କର୍ତୃପକ୍ଷଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା।

ରେଳବାଇ କର୍ତୃପକ୍ଷଙ୍କ ତତ୍ପରତା ତଥା ସକ୍ରିୟ ସହଯୋଗ ଫଳରେ ଆଜି ପୁରୁଣା ପାଚେରୀ ଭଙ୍ଗା କାର୍ଯ୍ୟ ସଫଳତାର ସହିତ ସମ୍ପନ୍ନ ହୋଇଛି। ଏହା ଫଳରେ ରାସ୍ତାରେ ବିକ୍ଷିପ୍ତ ଭାବେ ପୋତା ଯାଇଥିବା ବିଦ୍ୟୁତ୍ ଖୁଂଟ, ଟେଲିଫୋନ ଓ ଅନ୍ୟାନ୍ୟ କେବଲ ଖୁଂଟକୁ ଶୃଙ୍ଖଳିତ ଭାବେ ରାସ୍ତା ପାର୍ଶ୍ୱକୁ ସ୍ଥାନାନ୍ତରିତ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଏହି କାର୍ଯ୍ୟ ସରିବା ପରେ ରାସ୍ତାର ଚଉଡ଼ା ପ୍ରାୟ ୩ ମିଟର ପର୍ଯ୍ୟନ୍ତ ବଢ଼ିପାରିବ, ଏବଂ ଡ୍ରେନ୍ ସଫେଇ କାର୍ଯ୍ୟ ମଧ୍ୟ ସୁଚାରୁରୂପେ ସମ୍ପର୍ଣ୍ଣ ହୋଇପାରିବ । ଏହି ରାସ୍ତାଟି ସହରର ଅତ୍ୟନ୍ତ ବ୍ୟସ୍ତବହୁଳ ଓ ଯାତାୟାତପୂର୍ଣ୍ଣ ରାସ୍ତାମାନଙ୍କ ମଧ୍ୟରୁ ଗୋଟିଏ। ଏହି ରାସ୍ତାରେ ଗୁରୁନାନକ ପବ୍ଲିକ ସ୍କୁଲ, ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୧ ପରି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ସହିତ ବିକାଶ ହସ୍ପିଟାଲ ମଧ୍ୟ ଅବସ୍ଥିତ। ଏହା ସହିତ କ୍ଷେତରାଜପୁର ରେଳଷ୍ଟେସନରୁ ଅଇଁଠାପାଲି ବସ୍ଷ୍ଟାଣ୍ଡକୁ ସଂଯୋଗ କରୁଥିବା ଏହା ଏକ ପ୍ରମୁଖ ଲିଙ୍କରୋଡ୍ ଭାବେ ମଧ୍ୟ ଏହାର ଗୁରୁତ୍ୱ ରହିଛି।

ରବିବାର ଛୁଟି ଦିନ ହୋଇଥିଲେ ମଧ୍ୟ ଆଜି ଏସଏମସିର ଏନଫୋର୍ସମେଂଟ ଟିମ୍ ପ୍ରଚଣ୍ଡ ଗରମକୁ ଖାତିର୍ ନକରି ସାଧାରଣ ଲୋକଙ୍କ ବୃହତର ସ୍ୱାର୍ଥରେ ରାସ୍ତା ସଫା ଓ ଅବରୋଧମୁକ୍ତ କରିବା ପାଇଁ ନିୟୋଜିତ ଥିବା ଦେଖିବାକୁ ମିଳିଥିଲା। ଆଶା କରାଯାଉଛି ଯେ, ଏହିପରି ସହରର ଅନ୍ୟାନ୍ୟ ଆବଶ୍ୟକୀୟ କାର୍ଯ୍ୟ ହୋଇପାରିଲେ ଆଗାମୀ ଶୀତଳଷଷ୍ଠୀ ଯାତ୍ରା ଚଳିତ ବର୍ଷ ଅଧିକ ସୁବିଧାଜନକ, ଅବରୋଧମୁକ୍ତ ଓ ପ୍ରଶସ୍ତ ରାସ୍ତାରେ ସମ୍ପନ୍ନ ହୋଇପାରିବ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande