ଅପେରା ଦେଖିବାକୁ ଯାଇ ଯୁବକର ମୃତ୍ୟୁ
ଗଂଜାମ, ୨୪ ମଇ (ହି.ସ.)- ହିଂଜିଳିକାଟୁ ବଇଂଚ ବଣିଆ ଘୋଡାହାଡ ନଦୀ ପଠାରେ ଚାଲିଥିବା ସିଂହବାହିନୀ ଅପେରା ଦେଖିବାକୁ ଗତକାଲି ବିଳମ୍ବିତ ରାତିରେ ଆକୋଂରଡା ଗ୍ରାମର ଜଣେ ଯୁବକ ବଳିଆ ନାହାକ (୨୭) ପେଣ୍ଡାଲ ପାଖରେ ବସି ଅପେରା ଦେଖିବା ବେଳେ ନିକଟରେ ଥିବା ଏକ ବିଦ୍ଯୁତ ତାର ଲାଗି ତାଙ୍କର ମୃତ୍ୟୁ ଘଟିଛ
ଅପେରା ଦେଖିବାକୁ ଯାଇ ଯୁବକର ମୃତ୍ୟୁ


ଗଂଜାମ, ୨୪ ମଇ (ହି.ସ.)- ହିଂଜିଳିକାଟୁ ବଇଂଚ ବଣିଆ ଘୋଡାହାଡ ନଦୀ ପଠାରେ ଚାଲିଥିବା ସିଂହବାହିନୀ ଅପେରା ଦେଖିବାକୁ ଗତକାଲି ବିଳମ୍ବିତ ରାତିରେ ଆକୋଂରଡା ଗ୍ରାମର ଜଣେ ଯୁବକ ବଳିଆ ନାହାକ (୨୭) ପେଣ୍ଡାଲ ପାଖରେ ବସି ଅପେରା ଦେଖିବା ବେଳେ ନିକଟରେ ଥିବା ଏକ ବିଦ୍ଯୁତ ତାର ଲାଗି ତାଙ୍କର ମୃତ୍ୟୁ ଘଟିଛି । ହିଂଜିଳିକାଟୁ ପୋଲିସ ଖବର ପାଇ ମୃତଦେହ ଉଦ୍ଧାର କରି ବ୍ରହ୍ମପୁର ବଡ ଡାକ୍ତରଖାନାକୁ ବ୍ଯବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି । ଏହି ଘଟଣାରେ ହିଂଜିଳିକାଟୁ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande