
ଭୁବନେଶ୍ୱର, 24 ମେ (ହି.ସ.)- ଆଜି
ବୁଗୁଡ଼ାସ୍ଥିତ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ବାସଭବନରେ ବିଜେପିର ମିଶ୍ରଣ ପର୍ବ
ଅନୁଷ୍ଠିତ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ
ନେତୃତ୍ୱ ଏବଂ ମୁଖ୍ୟମନ୍ତ୍ରୀ
ଶ୍ରୀ ମୋହନ ଚରଣ ମାଝୀଙ୍କ ଜନହିତକର କାର୍ଯ୍ୟରେ
ପ୍ରଭାବିତ ହୋଇ ଶଙ୍କୁରୁ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀ ସୁଶାନ୍ତ କୁମାର ରାଉତଙ୍କ ଉପସ୍ଥିତିରେ
ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜର ସଭାପତି ଶ୍ରୀ ଗୋପାଳ ସ୍ୱାଇଁ, ସେକ୍ରେଟାରୀ ଶ୍ରୀ ସୁଧୀର ପଟିଆଙ୍କ ସହ ୪୦ଟି ପରିବାର ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି।
ସମସ୍ତଙ୍କୁ ବିଜେପି ପରିବାରରେ ହାର୍ଦ୍ଦିକ ସ୍ୱାଗତ ଜଣାଇଥିଲେ ମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା