
ଭୁବନେଶ୍ୱର, 24 ମେ (ହି.ସ.)- ବିଜେପିର
ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ କେ. ଜନ କୃଷ୍ଣମୂର୍ତ୍ତିଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ବିଶିଷ୍ଟ ରାଜନେତା ତଥା ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଆଦରଣୀୟ
କେ. ଜନ କୃଷ୍ଣମୂର୍ତ୍ତିଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ନିଷ୍ଠାପର ରାଷ୍ଟ୍ରସେବା,
ସାଂଗଠନିକ ଦକ୍ଷତା ଏବଂ ସୁଶାସନ ପ୍ରତି ତାଙ୍କର
ଉତ୍ସର୍ଗୀକୃତ ମନୋଭାବ ସଦା ସ୍ମରଣୀୟ। ଜଣେ ଆଦର୍ଶ ଜନନେତା ଭାବେ ରାଷ୍ଟ୍ର ନିର୍ମାଣରେ ତାଙ୍କର
ଅମୂଲ୍ୟ ଅବଦାନ ସର୍ବଦା ପ୍ରେରଣାଦାୟୀ ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା