ଉତ୍କର୍ଷ ମାରାଥନରେ କ୍ରିକେଟ୍, ଫୁଟବଲ୍ ଏବଂ ସାଇକେଲ୍ ଚାଳନା ପାଇଁ ଟ୍ରଫି ଉନ୍ମୋଚିତ
ଭୁବନେଶ୍ୱର, 24 ମେ (ହି.ସ.) - ଆଜି ନିମାପଡ଼ାଠାରେ ଆୟୋଜିତ ''ଉତ୍କର୍ଷ ମାରାଥନ୍''ରେ ଯୋଗଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏହି ଅବସରରେ ଉତ୍କର୍ଷ ନିମାପଡ଼ା ୨.୦ ଉପଲକ୍ଷେ ଆୟୋଜିତ ହେବାକୁ ଥିବା କ୍ରିକେଟ୍, ଫୁଟବଲ୍ ଏବଂ ସାଇକେଲ୍ ଚାଳନା ଆଦି କ୍ରୀଡ଼ା ପ
ମାରାଥନ


ଭୁବନେଶ୍ୱର, 24 ମେ (ହି.ସ.) - ଆଜି

ନିମାପଡ଼ାଠାରେ ଆୟୋଜିତ 'ଉତ୍କର୍ଷ ମାରାଥନ୍'ରେ ଯୋଗଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏହି ଅବସରରେ

ଉତ୍କର୍ଷ ନିମାପଡ଼ା ୨.୦ ଉପଲକ୍ଷେ ଆୟୋଜିତ ହେବାକୁ ଥିବା କ୍ରିକେଟ୍,

ଫୁଟବଲ୍ ଏବଂ ସାଇକେଲ୍ ଚାଳନା ଆଦି କ୍ରୀଡ଼ା ପ୍ରତିଯୋଗିତା

ପାଇଁ ଟ୍ରଫି ଉନ୍ମୋଚନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ସେ କହିଛନ୍ତି

ଯେ, ନିମାପଡ଼ା-ଗୋପ ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ବିକାଶରେ ହିଁ ଉତ୍କର୍ଷ ନିମାପଡ଼ାର

ସଂକଳ୍ପ ବାସ୍ତବ ରୂପ ନେବ । ଏହି କ୍ରମରେ ଉତ୍କର୍ଷ ନିମାପଡ଼ା ୨.୦ ଉପଲକ୍ଷେ 'ଫିଟ୍ ନିମାପଡ଼ା'ର ଲକ୍ଷ୍ୟ ନେଇ ଆୟୋଜିତ 'ଉତ୍କର୍ଷ ମାରାଥନ୍'ରେ ଯୋଗଦେଇଛି ।

ମାରାଥନ୍ରେ ଭାଗନେଇଥିବା

ପିପିଲିର ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ପୁରୀର ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା, ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତୀକ ସିଂହ, ଅଭିନେତା ସଚ୍ୟସାଚୀ, ଅଭିନେତ୍ରୀ

ଅର୍ଚ୍ଚିତା ଏବଂ ସମସ୍ତ ଉତ୍ସାହୀ ଯୁବବର୍ଗଙ୍କୁ ସାଧୁବାଦ ଜଣାଇଛନ୍ତି ପ୍ରଭାତି ପରିଡା ।

ଉତ୍କର୍ଷ ନିମାପଡ଼ା ୨.୦

ଉପଲକ୍ଷେ ନିମାପଡ଼ାଠାରେ ଆୟୋଜିତ 'ଉତ୍କର୍ଷ ମାରାଥନ୍'ରେ ଭାଗନେଇଥିବା

ସମସ୍ତ ପ୍ରତିଭାଙ୍କୁ ମାନପତ୍ର ପ୍ରଦାନ କରି ଉତ୍ସାହିତ କରାଗଲା । ଏହି ଛାତ୍ରଛାତ୍ରୀ ଏବଂ ଯୁବବର୍ଗ ହିଁ ଆଗାମୀ ଦିନରେ

ଉତ୍କର୍ଷ ନିମାପଡ଼ା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande