
ପୁରୀ, ୨୪ ମେ (ହି.ସ.) - ଚନ୍ଦନପୁର ନିକଟରେ ରହିଛି ବ୍ରାହ୍ମଣଶାସନ ଗ୍ରାମ ବୀର ନରସିଂହପୁର । ବାଇପାସ ରୋଡରେ ରହିଛି ମା 'ଦକ୍ଷିଣକାଳୀଙ୍କ ମନ୍ଦିର ଜ୍ଝପୂଜକ ଭାବେ ଗିରିଶ ଚନ୍ଦ୍ର ବାନାର୍ଜୀ (ତାରୁ ଭାଇନା ) କେବଳ ଜଣେ ସାଧାରଣ ପୂଜାରୀ ନୁହନ୍ତି, ସେ ମା'ଙ୍କର ଜଣେ ପରମ ଭକ୍ତ ଓ ସାଧକ। ଭାଇନା ସାତ୍ୱିକ ଏବଂ ତାନ୍ତ୍ରିକ ଉଭୟ ବିଧିରେ ମା'ଙ୍କର ଆରାଧନା କରିଥାନ୍ତି। ପୂଜକଙ୍କ ଜୀବନ ଅତ୍ୟନ୍ତ ସଂଯମ, ନିଷ୍ଠା ଏବଂ ଶୃଙ୍ଖଳିତ ହୋଇଥାଏ। ପୂଜକମାନେ ଉପବାସ, ମନ୍ତ୍ର ଜପ ଓ ଧ୍ୟାନ ମାଧ୍ୟମରେ ମା'ଙ୍କୁ ପ୍ରସନ୍ନ କରନ୍ତି। ଭୟଶୂନ୍ୟତା ମା' କାଳୀଙ୍କ ରୂପ ଭୟଙ୍କର ହୋଇଥିଲେ ମଧ୍ୟ ପୂଜକଙ୍କ ପାଇଁ ସେ ସ୍ନେହମୟୀ ଜନନୀ। ତେଣୁ ସାଧକ ସବୁବେଳେ ଭୟଶୂନ୍ୟ ହୋଇ ଥାନ୍ତି। ପୂଜାରୀ ମା'ଙ୍କ ପୂଜା କରି ସମାଜର ମଙ୍ଗଳ ଓ ଦୁଃଖ କଷ୍ଟ ଦୂର କରିବା ପାଇଁ ପ୍ରାର୍ଥନା କରି ସମାଜ କଲ୍ୟାଣ କରିଥାନ୍ତି । ପ୍ରତି ମଙ୍ଗଳବାର, ଶନିବାର ଓ ସଂକ୍ରାନ୍ତି ରେ ଭକ୍ତ ଗହଳି ବଢୁଛି । ତାରୁ ଭାଈନାଙ୍କ ଭକ୍ତ ବତ୍ସଲ ଭାବ, ସମସ୍ତଙ୍କୁ ଭଲପାଇବା ଯୋଗୁଁ ଭକ୍ତମାନଙ୍କ ପ୍ରିୟ ହୋଇପାରିଛନ୍ତି । ଭାଇନାଙ୍କ ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ର ପୂଜା ଭକ୍ତଙ୍କୁ ଅଭିଭୂତ କରିଛି । ଭକ୍ତ ଥରେ ମା ଙ୍କ ପୀଠ ଦର୍ଶନ କରିଲେ ପୂଜକଙ୍କୁ ଭଲ ଭାବେ ବୁଝିପାରିବେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ