
ଭୁବନେଶ୍ୱର, 24 ମେ (ହି.ସ.)- ପୂର୍ବତନ
ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ସ୍ମୃତିଚାରଣ କରିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ବିଶିଷ୍ଟ ଜନନେତା ତଥା
ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଜନ୍ମ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି।
ଜନସେବା ପ୍ରତି ତାଙ୍କର ନିଷ୍ଠା, ସ୍ୱଚ୍ଛ ରାଜନୀତି ଓ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ତାଙ୍କର ଅବିରତ ପ୍ରୟାସ ଆମ ପାଇଁ
ପ୍ରେରଣାର ସ୍ରୋତ। ରାଜ୍ୟର ଉନ୍ନତି ଓ ସମାଜ ସେବା ପ୍ରତି ତାଙ୍କର ଅମୂଲ୍ୟ ଅବଦାନ ଓଡ଼ିଶା ଇତିହାସରେ
ଚିରସ୍ମରଣୀୟ ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା