
ଭୁବନେଶ୍ୱର, ୨୪ ମଇ (ହି.ସ)- ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ବଲାଙ୍ଗୀର ଜିଲ୍ଲାରେ ଟପର ହୋଇଥିବା ଛାତ୍ରୀ ସୁଶ୍ରୀ ପ୍ରତୀକ୍ଷା ରାଣୀ ପ୍ରଧାନଙ୍କୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଶୁଭେଚ୍ଛା ଜଣାଇଛନ୍ତି।
ଏକ୍ସରେ ପୋଷ୍ଟ କରି ମନ୍ତ୍ରୀ ଲେଖିଛନ୍ତି ମୋ ନିର୍ବାଚନ ମଣ୍ଡଳୀର ଆଗଲପୁର ବ୍ଲକ ଅନ୍ତର୍ଗତ ସାନଟିକା ଗାଁର ମେଧାବୀ ଛାତ୍ରୀ ସୁଶ୍ରୀ ପ୍ରତୀକ୍ଷା ରାଣୀ ପ୍ରଧାନ ଚଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୯୭ ପ୍ରତିଶତ ମାର୍କ ରଖି ବଲାଙ୍ଗୀର ଜିଲ୍ଲାରେ ଟପର୍ ହୋଇଛନ୍ତି, ଯାହାକୁ ନେଇ ଆମେ ସମସ୍ତେ ଗର୍ବିତ।
ଆଜି ତାଙ୍କୁ ସାକ୍ଷାତ କରି ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି। ଆଗାମୀ ଦିନରେ ସେ ଆହୁରି ସଫଳତା ହାସଲ କରି ଦେଶପାଇଁ ଗୌରବ ଆଣିବେ ବୋଲି ମୋର ବିଶ୍ୱାସ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା