
ଭୁବନେଶ୍ୱର, 24 ମେ (ହି.ସ.)- ରାଜ୍ୟରେ
ତାତି ଓ ଗୁଳୁଗୁଳି ନେଇ ଆଇଏମଡିଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟରେ
ଆଉ ୫ ଦିନ ପର୍ଯ୍ୟନ୍ତ ହିଟ୍ ୱେଭ୍ ଜାରି ରହିବ ବୋଲି ସେ କହିଛନ୍ତି ।
ତାପମାତ୍ରା ୪୦ ଥିଲେ ବି
୪୫ ଡିଗ୍ରୀ ପରି ଅନୁଭୂତ ହେବ । ଉପକୂଳବର୍ତ୍ତୀ ଜିଲ୍ଲାରେ ଅନୁଭୂତ ତାପମାତ୍ରା ଅଧିକ ରହିବ ।ସମସ୍ତ
ଉପକୂଳବର୍ତ୍ତୀ ଜିଲ୍ଲାରେ ଗୁଳୁଗୁଳି ଅଧିକ, ତେଣୁ ଅନୁଭୂତ ତାତି ଅଧିକ ବୋଲି ସେ କହିଛନ୍ତି ।
ଏଥର କିଛି ବି ନୂଆ ନୁହେଁ, ଆମେ ଅତୀତରେ ଏହା ଅନୁଭବ କରିଛୁ । କୌଣସି ଠାରେ ଏଲ୍ ନିନୋ ଘୋଷଣା
ହୋଇ ନାହିଁ ବୋଲି ଆଇଏମଡି ଡିଜି କହିଛନ୍ତି ।
ମନସୁନ୍ ଆସିଲେ ଏଲ୍
ନିନୋ ସକ୍ରିୟ ହୋଇଥାଏ । ଓଡ଼ିଶାକୁ ମନସୁନ୍ ଛୁଇଁବା ନେଇ କୌଣସି ପୂର୍ବାନୁମାନ ହୋଇନି ବୋଲି ସେ
କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା